କନକ ବ୍ୟୁରୋ: ଭାଇରାଲ ହେଉଛି ଭାଇ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ବରଫ ଖେଳ ଭିଡ଼ିଓ । ଦୁହେଁ ଖୁବ ମସ୍ତି ଅନ୍ଦାଜରେ ବରଫରେ ଖେଳିଛନ୍ତି । ଯାହାକୁ ଦେଖିଲେ ନିଶ୍ଚିନ୍ତ ଆପଣଙ୍କ ପିଲାଦିନ ମନେପଡ଼ିବ । ତେବେ ଜାନୁଆରୀ ୩୦ ସୋମବାର ଭାରତ ଯୋଡ଼ ଯାତ୍ରାର ଅନ୍ତିମ ଦିନ ହୋଇଥିବାବେଳେ ଦୁହେଁ ଖୁବ ଖୁସି ଅଛନ୍ତି । ଏହି ସମୟରେ କଶ୍ମୀରରେ ପ୍ରବଳରୁ ପ୍ରବଳ ତୁଷାରପାତ ହୋଇଛି । ଯାହାର ମଜା ଉଠାଇଛନ୍ତି ଦୁହେଁ ।
ପ୍ରଥମେ ରାହୁଲ ଗାନ୍ଧୀ ବରଫକୁ ଲୁଚାଇ ପ୍ରିୟଙ୍କାଙ୍କ ମୁଣ୍ଡ ଉପରେ ଥୋଇଥିବା ଦେଖିବାକୁ ମିଳିଛି । ପରେ ପରେ ପ୍ରିୟଙ୍କା ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ଯାହାକୁ ଦେଖି କଂଗ୍ରେସ କର୍ମୀ ଖୁବ ହସିଛନ୍ତି । ତେବେ ଏହି ଭିଡ଼ିଓଟିକୁ ନିଜେ ରାହୁଲ ଗାନ୍ଧୀ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/priyanka-gandhi.1.2012700.jpg)