ଛାଡିଗଲା ଡନ ହେବାର ନିଶା : ପିସ୍ତଲ ଚୋରୀ ଅଭିଯୋଗରେ ଗିରଫ ହୋଇ ଜେଲ ଗଲା ଅଭିଯୁକ୍ତ ରାହୁଲ ଜେନା

Advertisment
ଛାଡିଗଲା ଡନ ହେବାର ନିଶା : ପିସ୍ତଲ ଚୋରୀ ଅଭିଯୋଗରେ ଗିରଫ ହୋଇ ଜେଲ ଗଲା ଅଭିଯୁକ୍ତ ରାହୁଲ ଜେନା

କନକ ବ୍ୟୁରୋ : ଛାଡି ଗଲା ଡନ୍ ହେବାର ନିଶା । ପିସ୍ତଲ ଚୋରୀ କରି ଜେଲ୍ ଗଲା ଅଭିଯୁକ୍ତ । ଗିରଫ ଅଭିଯୁକ୍ତର ନାମ ରାହୁଲ ଜେନା ବୋଲି ଜଣାପଡିଛି । ଖଣ୍ଡଗିରି ପୁଲିସ ଆଜି ରାହୁଲକୁ ଗିରଫ କରିଛି । ଗିରଫ ବେଳେ ପୁଲିସ ରାହୁଲ ପାଖରୁ ପିସ୍ତଲ ସହିତ ୪ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ।

ନିକଟରେ ଏୟାରପୋର୍ଟ ନୂଆ ରୋଡରେ ଥିବା ଏକ କାର ଭିତରୁ ପିସ୍ତଲ ଚୋରି ହୋଇଥିଲା । କାରର କାଚ ଭାଙ୍ଗି ରାହୁଲ ଏହି ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ଚୋରି କରିଥିଲା । ପିସ୍ତଲ ଚୋରି କରିବା ପରେ ଡନଗିରି ଦେଖାଇବାକୁ ଯାଇ ରାହୁଲ ଗୁଳି ଫୁଟାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ସେଆର କରିଥିଲା । ଏହାପରେ ଫଟୋରୁ ପିସ୍ତଲ ଦେଖିି ମାଲିକ ଚିହ୍ନଟ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe