କନକ ବ୍ୟୁରୋ : ଆଜି ଓଡିଶାରେ ପହଞ୍ଚିବ ଭାରତ ଯୋଡେ ନ୍ୟାୟ ଯାତ୍ରା । ନ୍ୟାୟ ଯାତ୍ରାରେ ସୁନ୍ଦରଗଡରେ ପହଞ୍ଚିବେ ରାହୁଲ ଗାନ୍ଧି । ସୁନ୍ଦରଗଡ, ରାଉରକେଲା ଓ ଝାରୁସୁଗୁଡାରେ ୩ ଦିନ ଚାଲିବ ରାହୁଲଙ୍କ ଯାତ୍ରା । ଏହି ସମୟରେ ସେ ପଦ ଯାତ୍ରା ସହ ଜନସଭା ବି କରିବେ ।
ସୁନ୍ଦରଗଡ଼ରେ ନିର୍ବାଚନ ବିଗୁଲ ବଜାଇବେ ରାହୁଲ । ରାହୁଲଙ୍କ ଗସ୍ତର ରୁଟ୍ ମ୍ୟାପ୍ ଚୂଡ଼ାନ୍ତ ହୋଇଛି । ୩ ଦିନରେ ୨୦୦ କିଲୋମିଟର ବୁଲିବେ କଂଗ୍ରେସ ଯୁବରାଜ । ଖଡଗେଙ୍କ ପରେ ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଜୋସରେ ଅଛି ରାଜ୍ୟ କଂଗ୍ରେସ । କିନ୍ତୁ ବିଜେଡି-ବିଜେପି ରାହୁଲଙ୍କ ଗସ୍ତକୁ କଟାକ୍ଷ କରିଛନ୍ତି । ବିଜେଡି ଓ ବିଜେପି କହିଲେ ପଡିବନି ପ୍ରଭାବ
ଆଜି ଦିନ ୨ଟା ୩୦ରେ ଝାଡଖଣ୍ଡ-ଓଡିଶା ସୀମାରେ ପଂହଚିବ ଯାତ୍ରା
ଝାଡଖଣ୍ଡର ବାସଜୋଲ୍ରୁ ବୀରମିତ୍ରପୁରରେ ପଂହଚିବେ ରାହୁଲ
କାଲି ରାଉରକେଲା ବିର୍ସାମୁଣ୍ଡା ଛକରୁ ପାନପୋଷ ଛକ ଯାଏଁ ଯାତ୍ରା
ପାନପୋଷ ଛକରେ ସାଧାରଣ ସଭା କରିବେ ରାହୁଲ ଗାନ୍ଧୀ
ରାଣୀବନ୍ଧରୁ ଯାତ୍ରା, କୁତ୍ରା, ବଡଗାଁରେ ଦେବେ ଉଦବୋଧନ
ସୁନ୍ଦରଗଡରେ ପଦଯାତ୍ରା ଓ ଉଦବୋଧନ ଦେବା କାର୍ଯ୍ୟକ୍ରମ
୮ ତାରିଖରେ ଝାରୁସୁଗୁଡା ମହାତ୍ମା ଗାନ୍ଧୀ ଛକରୁ ଯାତ୍ରା ଆରମ୍ଭ
ଅପରାହ୍ନ ୩ଟା ୪୫ରେ ଓଡିଶା-ଛତିଶଗଡ ସୀମା ଅତିକ୍ରମ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/02/1-9.jpg)