କନକ ବ୍ୟୁରୋ : ଉତ୍ତର ପ୍ରଦେଶ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ବୃଜଲାଲ ଖାବରୀ ଦଳର ଭାରତ ଯୋଡ ଯାତ୍ରାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି କହିଛନ୍ତି କି ଭାରତର ମାନେ ରାହୁଲ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କର ମାନେ ଭାରତ । ଏହାସହ ସେ କହିଛନ୍ତି କି ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ମାଧ୍ୟମରେ ଦେଶରେ ସମ୍ବିଧାନକୁ ରକ୍ଷା କରିବାକୁ ବାହାରିଛନ୍ତି ।

Advertisment

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଶନିବାର ଦିନ ବୃଜଲାଲ ଖାବରୀ ଉତ୍ତର ପ୍ରଦେଶ କଂଗ୍ରେସର ମଙ୍ଗ ସମ୍ଭାଳିବା ପରେ ଏଭଳି ଟିପ୍ପଣୀ ଦେଇଛନ୍ତି । ବୃଜଲାଲଙ୍କ ଏହି ବୟାନ ପୂର୍ବରୁ ୟୁପି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଦେବକାନ୍ତ ବରୁଆଙ୍କ ପ୍ରସିଦ୍ଧ ନାରା ଇଣ୍ଡିଆ ମାନେ ଇନ୍ଦୀରା ଓ ଇନ୍ଦୀରା ମାନେ ଇଣ୍ଡିଆ ମନେ ପକାଇ ଦେଇଛି ।

କେବଳ ସେତିକି ନୁହେଁ ଖାବରୀ ଆହୁରି କହିଛନ୍ତି କି ୨୦୨୪ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶର ୮୦ ଲୋକସଭା ଆସନ କିଭଳି ଜିତିହେବ ତା ଉପରେ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି   । ଏହାସହ ଆଜି ରାହୁଲ ଗାନ୍ଧୀ ଦେଶକୁ ବଞ୍ଚାଇବାକୁ ଅଣ୍ଟା ଭିଡିଥିବା ବେଳେ ଦେଶର କୋଟି କୋଟି ଲୋକ ତାଙ୍କୁ ସମର୍ଥନ କରୁଛନ୍ତି ।