କନକ ବ୍ୟୁରୋ: ସଦସ୍ୟତା ପଦ ରଦ୍ଦ ହେବା ପରେ ବୁଧବାର ପ୍ରଥମ ଥର ପାଇଁ ସଂସଦରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସଂସଦରେ କଂଗ୍ରେସ ସାଂସଦଙ୍କ ବୈଠକରେ ଯୋଗ ଦେଇଛନ୍ତି ରାହୁଲ । ତେବେ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ନେଇ ବୁଧବାର ବି ଗୃହରେ ହଙ୍ଗାମା କରିଛି କଂଗ୍ରେସ । କଳା ପୋଷାକ ଧରି ହାତରେ ଗଣତନ୍ତ୍ର ବଂଚାଅ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ଆଗରେ ନାରାବାଜୀ କରିଛନ୍ତି କଂଗ୍ରେସ ସାଂସଦ । ଏହାସହ ଅଦାନୀ ପ୍ରସଙ୍ଗରେ କାହିଁକି ଜେପିସି ଗଠନ କରାଯାଇ ତଦନ୍ତ କରାଯାଉ ନାହିଁ ସେନେଇ ମଧ୍ୟ କେନ୍ଦ୍ର ସରକାର ଉପରେ ବର୍ଷିଛି କଂଗ୍ରେସ । ମଲ୍ଲାକାର୍ଜୁନ ଖଡଗେ କହିଛନ୍ତି, ଯେଉଁମାନେ ଦେଶକୁ ଲୁଟିଛନ୍ତି ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ହେଲେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଉଛି ।

Advertisment

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ଓ ଅଦାନୀ ପ୍ରସଙ୍ଗରେ ସଂସଦରେ ଜୋରଦାର ହଙ୍ଗାମା କରୁଛନ୍ତି ବିରୋଧୀ । ଏହାରି ଭିତରେ ଲୋକସଭାକୁ ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ବିରୋଧୀଙ୍କ ହଙ୍ଗାମା ଭିତରେ ବିଜେପି କହିଛି, ବିରୋଧୀ ଦଳର ସବୁ ନେତା ଭ୍ରଷ୍ଟ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ନିଜ ଅଂହଙ୍କାର ପାଇଁ ସଦସ୍ୟତା ପଦ ହରାଇଛନ୍ତି ରାହୁଲ । ରାହୁଲ ବଡ ପରିବାରରେ ଜନ୍ମଗ୍ରହଣ କରିଛନ୍ତି । ସେଥିପାଇଁ ନିଜକୁ ସମ୍ବିଧାନଠାରୁ ବଡ ଭାବୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ ଓ ଅଦାନୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରୁଛି କଂଗ୍ରେସ । ଏଥିରେ ବିରୋଧୀ ଦଳ ଗୁଡିକ ମଧ୍ୟ ମୋଦୀ ସରକାରଙ୍କୁ ଗାର୍ଟେଟ କରୁଛନ୍ତି । ବିରୋଧୀ ଦଳ ସାଂସଦ ମଧ୍ୟ କଂଗ୍ରେସ ସଭାପତିଙ୍କୁ ଭେଟି ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।