ବିବାହକୁ ନେଇ ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ବୟାନ୍: କହିଲେ, ଉପଯୁକ୍ତ ଜୀବନସାଥୀ ମିଳିଲେ କରିବେ ବିବାହ

7,876

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ବିବାହକୁ ନେଇ ଅନେକ ସମୟରେ ପ୍ରଶ୍ନ କରାଯାଏ । ଏବେ ଖୋଦ୍ ରାହୁଲ ଗାନ୍ଧୀ ଏହାର ଜବାବ ଦେଇଛନ୍ତି । ବୁଦ୍ଧିମାନ ଝିଅ ମିଳିଲେ ନିଶ୍ଚୟ କରିବେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏକ ସାକ୍ଷାତକାରରେ ଏଭଳି ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ରାହୁଲ ଗାନ୍ଧୀ । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । କର୍ଲି ଟେଲ୍ସ ସହ ସାକ୍ଷାତକାରରେ ଉପସ୍ଥାପିକା କାମ୍ୟା ଜାନି ରାହୁଲଙ୍କୁ ବିବାହ ସମ୍ବନ୍ଧିତ ପ୍ରଶ୍ନ ପଚାରିଥିଲେ । କାମ୍ୟା ରାହୁଲଙ୍କ ପ୍ରଶ୍ନ କରିଥିଲେ ଯେ ଆପଣ କୌଣସି ମୁହୂର୍ତରେ ବିବାହ କରିବାକୁ ଯୋଜନା କରୁଛନ୍ତି କି?

ଜବାବରେ ରାହୁଲ କହିଥିଲେ, ସଠିକ୍ ଜୀବନସାଥୀ ମିଳିଲେ, ନିଶ୍ଚୟ ବିବାହ କରିବି । ବିବାହ ପାଇଁ କୌଣସି ମାନଦଣ୍ଡ ଥିବା ପ୍ରଶ୍ନରେ ରାହୁଲ କହିଥିଲେ, ବିବାହ ପାଇଁ ଜଣେ ବୁଦ୍ଧିମାନ ବ୍ୟକ୍ତି ଦରକାର, ଯିଏ ସମସ୍ତଙ୍କୁ ସ୍ନେହ କରୁଥିବ । ଏହା ପୂର୍ବରୁ ମଧ୍ୟ ରାହୁଲ ତାଙ୍କ ବିବାହକୁ ନେଇ ବୟାନ ଦେଇସାରିଛନ୍ତି । ଡିସେମ୍ବରରେ ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ରାହୁଲ ଗାନ୍ଧୀ କହିଥିଲେ ଯେ ମା’ ସୋନିଆ ଗାନ୍ଧୀ ଓ ଜେଜେମା’ ଇନ୍ଦିରା ଗାନ୍ଧୀଙ୍କ ଗୁଣ ଥିବା ଝିଅ ତାଙ୍କର ଜୀବନସାଥୀ ହୋଇପାରିବେ । ବର୍ତମାନ ରାହୁଲ ଗାନ୍ଧୀ ଜମ୍ମୁ-କାଶ୍ମୀରରେ ଭାରତ ଯୋଡ଼ରେ ସାମିଲ ଅଛନ୍ତି ।