ବଜେଟକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା: କହିଲେ, ଏହା ଚୌକି ବଞ୍ଚାଅ ବଜେଟ୍

Advertisment
ବଜେଟକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା: କହିଲେ, ଏହା ଚୌକି ବଞ୍ଚାଅ ବଜେଟ୍

କନକ ବ୍ୟୁରୋ: ମୋଦୀ ୩.୦ର ପ୍ରଥମ ବଜେଟକୁ ନେଇ ବିଜେପି ନେତା ପ୍ରବଳ ପ୍ରଶଂସା କରିଛନ୍ତି । ସେହିପରି ଏହି ବଜେଟକୁ ନେଇ ବିରୋଧୀ ଏବେ ସମାଲୋଚନା ଆରମ୍ଭ କରିଛନ୍ତି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋସିଆଲମିଡିଆ ପୋଷ୍ଟ କରି ମୋଦୀ ସରକାରର ବଜେଟକୁ କଟାକ୍ଷ କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଏହି ବଜେଟ ମୋଦୀ ସରକାରର ଚୌକି ବଞ୍ଚାଅ ବଜେଟ ।

ରାହୁଲ ଗାନ୍ଧୀ କହିଛନ୍ତି, ଏହି ବଜେଟ ସହଯୋଗୀ ଦଳଙ୍କୁ ଖୁସି କରିବାର ବଜେଟ । ଅନ୍ୟ ରାଜ୍ୟକୁ କେବଳ ଫମ୍ପା ପ୍ରତିଶ୍ରୁତି ମିଳିଛି । ଏହି ବଜେଟରେ ସାଧାରଣ ଲୋକ ନୁହେଁ ବରଂ ଅଦାନୀ-ଅମ୍ବାନୀ ଲାଭ ପାଇବେ । କେବଳ ଏତିକି ନୁହେଁ ଏହି ବଜେଟକୁ ରାହୁଲ ଗାନ୍ଧୀ କପି ପେଷ୍ଟ ବଜେଟ କହିଛନ୍ତି । ସେ ଦାବି କରିଛନ୍ତି କି, ଏହା କଂଗ୍ରେସର ଗତ ବର୍ଷର ବଜେଟ ଯାହାକୁ ଏବେ କପି କରାଯାଇଛି ।

ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବି ଏହାକୁ କପି ପେଷ୍ଟ ବଜେଟ କହିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, କଂଗ୍ରେସର ନ୍ୟାୟର ଏଜେଣ୍ଡାକୁ ଭଲ ଭାବେ କପି ବି କରିପାରିଲେନି ମୋଦୀ ସରକାରର ନକଲ ବଜେଟ । ଏହା ଦେଶ ବିକାଶର ବଜେଟ ନୁହେଁ ବରଂ ସରକାର ବଞ୍ଚାଅ ବଜେଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe