ଦରଦାମ ବୃଦ୍ଧି ନେଇ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ କହିଲେ ଜନ ଧନ ଲୁଟ୍ ଯୋଜନା ।

149

କନକ ବ୍ୟୁରୋ : ଦିନକୁ ଦିନ ଆକାଶଛୁଆଁ ହେଲାଣି ପେଟ୍ରୋଲ, ଡିଜେଲ ଦର । ହୁ ହୁ ହୋଇ ବଢୁଥିବା ଦରଦାମକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଲେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ପ୍ରକୃତ ନାମ ଜନ ଧନ ଲୁଟ୍ ଯୋଜନା ହେବା କଥା ।

ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧୀ । ମୋଦୀ ସରକାରଙ୍କ ପ୍ରଧାନମନ୍ତ୍ରୀ ଧନ ଜନ ଯୋଜନାକୁ କହିଲେ, ଜନ ଧନ ଲୁଟ ଯୋଜନା । ପେଟ୍ରୋଲ ଡିଜେଲର ବେଲଗାମ ଦର ବୃଦ୍ଧିକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ୨୦୧୪ ମସିହାରେ ଫୁଲ ଟାଙ୍କି ପେଟ୍ରୋଲ ବା ଡିଜେଲ ଭର୍ତି କଲେ କେତେ ପଇସା ଖର୍ଚ୍ଚ ହେଉଥିଲା ଏବଂ ୨୦୨୨ରେ କେତେ ପଇସା ଖର୍ଚ୍ଚ ହେଉଛି ସେ ନେଇ ଏକ ଟୁଇଟ କରିଛନ୍ତି ରାହୁଲ । ରାହୁଲ ଗାନ୍ଧୀଙ୍କ ଏହି ଟୁଇଟ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ଏହାକୁ ନେଇ ନେତାଙ୍କ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଛି ।

ଦେଶରେ ଲଗାତାର ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ସୋମବାର ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ୪୦ ପଇସା ଲେଖାଏଁ ବୃଦ୍ଧି ହୋଇଛି । ଦୁଇ ସପ୍ତାହ ମଧ୍ୟରେ ତେଲ ଦର ୧୨ ଥର ବୃଦ୍ଧି ହେଲାଣି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଦାୟୀ କରିଛି କଂଗ୍ରେସ । ଦରଦାମ ବୃଦ୍ଧି ହେଲେ ସାଧାରଣ ଲୋକ କେମିତି ଚଳିବେ ତାକୁ ନେଇ କେନ୍ଦ୍ର ସରକାର ସମ୍ବେଦନଶୀଳ ନଥିବା କଂଗ୍ରେସ ଅଭିଯୋଗ କରିଛି । ସେପଟେ ଦରଦାମ ବୃଦ୍ଧି ଯୋଗୁଁ ଲୋକଙ୍କ ମଧ୍ୟ ଅସନ୍ତୋଷ ବଢିବାରେ ଲାଗିଛି । ସେପଟେ ଦରଦାମ ବୃଦ୍ଦି ଲୋକଙ୍କ ସମସ୍ୟା ବଢାଉଛି । ଅନ୍ୟପଟେ ରୁଷ-ୟୁକ୍ରେନ ଯୁଦ୍ଧ ଦରବୃଦ୍ଧିର ମୁଖ୍ୟ କାରଣ ବୋଲି କହି ଆସୁଛନ୍ତି କେନ୍ଦ୍ର ସରକାର । ତେବେ ଯୁଦ୍ଧ ବନ୍ଦ ହେଲେ ଦରଦାମ ପୁଣି ନିୟନ୍ତ୍ରଣକୁ ଆସିବ ବୋଲି କୁହାଯାଉଛି ।