ମତଗଣନା ପୂର୍ବରୁ କର୍ମୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆହ୍ୱାନ। କର୍ମୀଙ୍କୁ ଟିପ୍ସ ଦେଇ କହିଲେ, ଆସନ୍ତା ୨୪ଘଂଟା ବେଶ ଗୁରୁତ୍ୱପୂର୍ଣ୍ଣ, ସତର୍କ ରୁହନ୍ତୁ

Advertisment
ମତଗଣନା ପୂର୍ବରୁ କର୍ମୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆହ୍ୱାନ। କର୍ମୀଙ୍କୁ ଟିପ୍ସ ଦେଇ କହିଲେ, ଆସନ୍ତା ୨୪ଘଂଟା ବେଶ ଗୁରୁତ୍ୱପୂର୍ଣ୍ଣ, ସତର୍କ ରୁହନ୍ତୁ

କନକ ବ୍ୟୁରୋ: ଜାତୀୟ ସ୍ତରରେ ସର୍ଭେ ସଂସ୍ଥାର ଏଗଜିଟ ପୋଲ୍ ପୂର୍ବାନୁମାନ ଆସିବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏଗଜିଟ ପୋଲ ପୂର୍ବାନୁମାନ ଅନୁସାରେ ଏନଡିଏକୁ ବହୁମତ ମିଳିଛି । ତେବେ କଂଗ୍ରେସ ଅଧ୍ୟକ୍ଷ ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରି ଏଗଜିଟ ପୋଲ ପୂର୍ବାନୁମାନକୁ ଫେକ୍ ବୋଲି କହି କର୍ମୀଙ୍କୁ ନିରାଶ ନହେବା ପାଇଁ ଲେଖିଛନ୍ତି ।

ରାହୁଲ ଗାନ୍ଧୀ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ଆସନ୍ତା ୨୪ଘଂଟା ବେଶ ଗୁରୁତ୍ୱପୂର୍ଣ୍ଣ । ସତର୍କ ରୁହନ୍ତୁ ଏବଂ ଡରନ୍ତୁ ନାହିଁ । ଆପଣମାନେ ସତ୍ୟ ପାଇଁ ଲଢୁଛନ୍ତି ଓ ଫର୍ଜି ଏଗଜିଟ ପୋଲର ପ୍ରଚାରରୁ ଭୟଭୀତ ହୁଅନ୍ତୁ ନାହିଁ ବୋଲି ରାହୁଲ କଂଗ୍ରେସ କର୍ମୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି । ରାହୁଲ ଗାନ୍ଧୀ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, କଂଗ୍ରେସ କର୍ମୀ ନିଜ ଉପରେ ଏବଂ ଦଳ ଉପରେ ପୁରା ବିଶ୍ୱାସ ରଖନ୍ତୁ ଆପଣଙ୍କ ପରିଶ୍ରମ ବୃଥା ଯିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe