କନକ ବ୍ୟୁରୋ: ୧୦ ବର୍ଷ ଧରି ଖାଲି ପଡିଥିଲା ସଂସଦର ବିରୋଧୀ ଦଳ ନେତା ପଦ । ଆଉ ଏଥର ୧୮ ତମ ସଦନରେ ବିରୋଧ ଦଳ ନେତା ବନିଛନ୍ତି ରାହୁଲ ଗାନ୍ଧି । ଏହାସହ ସଂସଦରେ ରାହୁଲ ଗାନ୍ଧିଙ୍କ ଗୁରୁତ୍ୱ ବଢି ଯାଇଛି । ସଂସଦରେ ବିରୋଧୀ ଦଳର ନେତାଙ୍କ ଭୂମିକା କୌଣସି ସାଧାରଣ ସାଂସଦଙ୍କ ତୁଳନାରେ ଢେର ଅଧିକ । ଏବେ ପ୍ରଶ୍ନ ଉଠୁଛି, କେଉଁ ସବୁ ସୁବିଧା ପାଇବେ ରାହୁଲ ? କଣ ରହିବ ବିରୋଧୀ ଦଳ ନେତାଙ୍କ କ୍ଷମତା? ଖାଲି ସେତିକି ନୁହେଁ, ରାହୁଲ ବିରୋଧ ଦଳ ନେତା ହେବା ଫଳରେ ମୋଦି ସରକାରଙ୍କ ପାଇଁ କଣ ରହିବ ଚ୍ୟାଲେଂଜ? ଆସନ୍ତୁ ଏସବୁ ଉପରେ ନଜର ପକାଇବା ।
କେଉଁ ସବୁ ସୁବିଧା ପାଇବେ ରାହୁଲ ?
୩ ଲକ୍ଷ ୩୦ ହଜାର ଦରମା
କ୍ୟାବିନେଟ ମନ୍ତ୍ରୀର ପାହ୍ୟା
ବଡ଼ ସରକାରୀ କୋଠା
ସଚିବାଳୟରେ ଅଫିସ୍
ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ମାଗଣାରେ ବିମାନ ଯାତ୍ରା
ମାଗଣାରେ ରେଳ ଯାତ୍ରା
ସରକାରୀ ଗାଡି ପାଇଁ ଭତ୍ତା
ନିଯୁକ୍ତିରେ ରାହୁଲ ଗାନ୍ଧୀଙ୍କ ଭୂମିକା
ଲୋକପାଳ
ସିବିଆଇ ମୁଖ୍ୟ
ମୁଖ୍ୟ ନିର୍ବାଚନ କମିସନ
କେନ୍ଦ୍ରୀୟ ସତର୍କତା ଆୟୁକ୍ତ
କେନ୍ଦ୍ରୀୟ ସୂଚନା କମିସନ
ଏନଏଚଆରସି ପ୍ରମୁଖ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/2-51.jpg)