କନକ ବ୍ୟୁରୋ: ଭାରତଯୋଡ ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ । ବିଜେପି ଉପରେ ଜାତିବାଦ ଓ ଧର୍ମ ବିଭାଜନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ । ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ରାହୁଲ ବେକାରୀ ସମସ୍ୟା କଥା ଉଠାଇ କହିଛନ୍ତି ମୋଦୀ ଚାହାଁନ୍ତି ଦେଶବାସୀ ସବୁବେଳେ ମୋବାଇଲ ଦେଖନ୍ତୁ, ଜୟ ଶ୍ରୀ ରାମ ସ୍ଲୋଗାନ ଦିଅନ୍ତୁ ଓ ଭୋକ ଉପାସରେ ମୃତ୍ୟୁବରଣ କରନ୍ତୁ । ମଙ୍ଗଳବାର ମଧ୍ୟପ୍ରଦେଶ ଶାଜାପୁରରେ ନ୍ୟାୟଯାତ୍ରା ପହଞ୍ଚିିବା ମାତ୍ରକେ କିଛି ବିଜେପି କର୍ମୀ ଜୟ ଶ୍ରୀ ରାମ ନାରା ଦେଇଥିଲେ । ଏହି ସମୟରେ ରାହୁଲ ଯାତ୍ରାର ଗାଡି ଉପରେ ଛିଡା ହୋଇଥିଲେ ଓ ମୋଦୀଙ୍କ ବିରୋଧରେ ଏହି ବୟାନ ଦେଇଥିଲେ ।
ଭାରତ ଯୋଡ ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ । ବିଜେପି ଉପରେ ଜାତିବାଦ ଓ ଧର୍ମ ବିଭାଜନ ଅଭିଯୋଗ ।
/kanak/media/post_attachments/wp-content/uploads/2024/03/Rahul_PTI.webp)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)