କନକ ବ୍ୟୁରୋ: ବାଇକ ଗ୍ୟାରେଜରେ ରାହୁଲ ଗାନ୍ଧୀ । ମେକାନିକଙ୍କ ସହ କଥାହେଲେ ଓ ବାଇକ ସମ୍ବନ୍ଧରେ ଅନେକ କଥା ପଚାରିବୁଝିଲେ । କେବଳ ସେତିକି ନୁହେଁ ତାଙ୍କ ପାଖରେ କେଟିଏମ ୩୯୦ ବାଇକ ରହିଥିବା କଥା ମଧ୍ୟ କହିଥିଲେ ରାହୁଲ । ଏଥିସହ କଂଗ୍ରେସ ନେତା ବାଇକ ଚଳାଇାବାକୁ କେତେ ଭଲପାଆନ୍ତି ସେକଥା ମଧ୍ୟ ବଖାଣିଛନ୍ତି । ମେକାନିକ ତାଙ୍କୁ ଯେତେବେଳେ ବିବାହ କଥା ପଚାରିଥିଲେ ତାର ଉତରରେ ରାହୁଲ କଣ ଦେଇଥିଲେ ।

Advertisment

ଏବେ ନିଜ ମନକଥା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବାଇକ ପ୍ରତି ତାଙ୍କର ଭଲପାଇବା କେତେ ରହିଛି ସେକଥାର ଖୁଲ୍ଲାସା ନିଜେ ରାହୁଲ କରିଛନ୍ତି । ନିକଟରେ ରାହୁଲ ଦିଲ୍ଲୀ କରୋଲବାଗର ଏକ ବାଇକ ସର୍ଭିସ ସେଂଟରରେ ପହଁଚିଥିଲେ । ଏହି ସମୟରେ ବାଇକ ମେକାନିକଙ୍କ ସହ ବେଶ କିଛି ସମୟ ସେ କଥା ହୋଇ କିଭଳି ଗାଡିର ମରାମତି କରାଯାଏ ଓ ବାଇକ ସମ୍ବନ୍ଧରେ ବିଭିନ୍ନ କଥା ସେ ପଚାରିବୁଝିଥିଲେ । ମେକାନିକଙ୍କ ଏକ ପ୍ରଶ୍ନ ଉତର ଦେଇ ରାହୁଲ କହିଥିଲେ ସେ ବାଇକ ଚଳାଇବାକୁ ଖୁବ ଭଲ ପାଆନ୍ତି । ତାଙ୍କ ପାଖରେ କେଟିଏମ ୩୯୦ ବାଇକ ରହିଛି । କିନ୍ତୁ ବାଇକ ଅଚଳ ହୋଇପଡି ରହିଛି । ଦିଲ୍ଲୀରୁ ଲଦାଖ ବାଇକ ଚଳାଇ ଯିବାକୁ ଚାହୁଁଛନ୍ତି କିନ୍ତୁ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ମୌକା ମିଳୁନି ।

କଥାବାର୍ତା ଭିତରେ ବାଇକ ମେକାନିକ ରାହୁଲଙ୍କ ତାଙ୍କ ବାହାଘର ବିଷୟରେ ପ୍ରଶ୍ନ ପଚାରିଥିଲେ । ସ୍ମିତହାସ୍ୟ ଦେଇ ରାହୁଲ କହିଥିଲେ ହଉ ଦେଖିବା । ପରେ ବାଇକ ଚାଳନା, ମରାମତି, ଅନ୍ୟାନ୍ୟ କଥା ମେକାନିକଙ୍କଠୁ ପଚାରିବୁଝିଥିଲେ ରାହୁଲ । କଂଗ୍ରେସ ନେତାଙ୍କ ଏହି ୧୨ ମିନିଟର ଭିଡିଓ ବେଶ ଭାଇରାଲ ହେଉଛି ।

କେବେ ବିଦେଶରେ ପୁଣି କେବଳ ଚଣ୍ଡିଗଡରେ ଟ୍ରକ ଯାତ୍ରା କରି ଚର୍ଚ୍ଚାରେ ରହିସାରିଛନ୍ତି ରାହୁଲ । ଦିଲ୍ଲୀ ବଜାରରେ ହଠାତ ପହଁଚି କେବେ ସ୍ୱାଦିଷ୍ଟ ବ୍ୟଞ୍ଜନର ମଜା ଉଠାଇ ତ ପୁଣି କେବେ କ୍ଷେତରେ ଚାଷ କରି । ଏପରି ବିଭିନ୍ନ ଅବତାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଦେଖିବାକୁ ମିଳୁଛି । ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ତୃଣମୁଳସ୍ତରରେ କିଭଳି ସାଧାରଣ ଜନତାଙ୍କ ସହ ସମ୍ପର୍କର ନୂଆ ସେତୁ କଂଗ୍ରେସ ଯୋଡିବ ଏହା ମଙ୍ଗ ଧରିଛନ୍ତି ରାହୁଲ ଗାନ୍ଧୀ ।