କନକ ବ୍ୟୁରୋ : କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ରାଜନୀତି ଜୋର ଧରିଛି । ରାହୁଲ ବିଶ୍ୱବିଦ୍ୟାଳୟରେ ଭାଷଣ ଦେବା ସମୟରେ ଚୀନକୁ ପ୍ରସଂଶା କରିଛନ୍ତି । ଭାରତ ସହ ଚୀନର ସୀମା ବିବାଦକୁ ନେଇ ଭଭୟ ଦେଶ ବହୁବାର ମୁହାଁମୁହିଁ ହେବା ପରେବି ଚୀନକୁ ରାହୁଲଙ୍କ ପ୍ରଶଂସା ବିରୋଧ କରିଛି ବିଜେପି । ରାହୁଲ କହିଥିଲେ ଆମେରିକୀୟମାନେ ଯେପରି ବ୍ୟକ୍ତିଗତ ସ୍ୱାଧୀନତାକୁ ଗୁରୁତ୍ୱ ଦିଅନ୍ତି, ଚୀନ ମଧ୍ୟ ବ୍ୟକ୍ତିଗତ ସ୍ୱାଧୀନତାକୁ ଗୁରୁତ୍ୱ ଦିଏ ।

Advertisment

ସମାଜରେ ସୁସମ୍ପର୍କ ରଖିବା ଦିଗରେ ଚୀନର ଅଧିକ ଧାରଣା ରହିଛି । କାରଣ ସେମାନେ ବହୁ ଯନ୍ତ୍ରଣା, ବିପ୍ଳବ, ଗୃହଯୁଦ୍ଧ ଏବଂ ସାଂସ୍କୃତିକ ବିଳ୍ପବ ଦେଖଛନ୍ତି । ଆମେରିକାର କମ୍ପାନୀମାନେ ଛଟେଇ କରୁଥିବା ବେଳେ ଚୀନ ରୋଜଗାର ଦେଉଥିବା କହିଥିଲେ ରାହୁଲ । ମୋଦୀ ସରକାରଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଭାରତର ଗଣତନ୍ତ୍ର ଉପରେ ଆକ୍ରମଣ କରାଯାଉଛି । ଭାରତର ଗଣତନ୍ତ୍ର ବିପଦରେ ଅଛି ।

ଏଥିସହ ମୋଦୀଙ୍କୁ ଡୋନାଲ୍ଡ ଟ୍ରମ୍ପ ସହ ତୁଳନା କରିଥିଲେ ରାହୁଲ । ଏଥିସହ ତାଙ୍କ ମୋବାଇଲରେ ଗୁଇନ୍ଦାଗିରି କରୁଥିବା ପେଗାସସ୍ ସଫ୍ଟୱେୟାର ଥିବା କହିଥିଲେ ରାହୁଲ । ଆଉ ଏହାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଏଭଳି ମିଛ କହିବା ଏବଂ ଭାରତକୁ ବଦନାମ କରିବା ରାହୁଲଙ୍କ ଅଭ୍ୟାସରତ କାର୍ଯ୍ୟ । ଏହା କଂଗ୍ରେସ ପାର୍ଟି ଏକ ଆଜେଣ୍ଡା । ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ରାହୁଲ ଏଭଳି ଭାରତକୁ ବଦନାମ କରିଥିବା କହିଛନ୍ତି ଅନୁରାଗ ଠାକୁର ।