କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଥିବାବେଳେ କିଛି ରାଜ୍ୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ଦେଶରେ ଯୁବବର୍ଗ ଏହି ଯୋଜନାକୁ ନେଇ ଅସନ୍ତୋଷ ପ୍ରକାଶ କରିବ ସହ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହି ବରୋଧ ପ୍ରଦର୍ଶନକୁ ସମର୍ଥନ କରୁଛନ୍ତି ବିରୋଧୀ । ଏହି ବିରୋଧ ପ୍ରଦର୍ଶନକୁ ସମର୍ଥନ ଜଣାଇ କଂଗ୍ରେସ ରବିବାର ଜନ୍ତରମନ୍ତରରେ ସତ୍ୟାଗ୍ରହ କରିବ ବୋଲି କହିଛି ।

Advertisment

ରବିବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ହୋଇଥିବାବେଳେ ତାଙ୍କ ଜନ୍ମଦିନକୁ ପାଳନ ନ କରିବାକୁ ସେ କର୍ମୀ ଓ ଶୁଭ ଚିନ୍ତକମାନଙ୍କୁ ଅନୁରୋଧ କରିଛନ୍ତି । ରାହୁଲ କହିଛନ୍ତି ଯେ, ଦେଶର ଯୁବବର୍ଗ ଅଗ୍ନିପଥ ଯୋଜନାକୁୁ ନେଇ ଦୁଃଖିତ । ତେଣୁ ମୋର ଜନ୍ମିଦନରେ କୌଣସି ଉତ୍ସବ ପାଳନ ନକଲେ ଭଲ । ସୂଚନାଯୋଗ୍ୟ, ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ‘ଅଗ୍ନିପଥ‘ ଯୋଜନାର ଶୁଭାରମ୍ଭ କରିଛନତି । ଏଥିରେ ଜଣେ ପ୍ରାର୍ଥୀ ୪ ବର୍ଷ ପାଇଁ ସେନା ଦ୍ୱାରା ନିଯୁକ୍ତ ହାଇ ଦେଶ ସେବା କରିପାରିବେ । ଏହାର ସମୟସୀମାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁବଗୋଷ୍ଠୀ ।