ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ରାହୁଲ ଗାନ୍ଧୀ । ବିଶାଲ ରୋଡ୍ ଶୋ କରି ଭରିବେ ନାମାଙ୍କନ ।

106

କନକ ବ୍ୟୁରୋ: କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏପ୍ରିଲ ୩ରେ କେରଳର ୱାୟନାଡରେ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ । ଏହାପୂର୍ବରୁ ରାହୁଲ ଗାନ୍ଧୀ ରୋଡ୍ ସୋ କରିବେ । ଗତ ନିର୍ବାଚନରେ ରାହୁଲ ଗାନ୍ଧୀ ପାଖାପାଖି ୫ ଲକ୍ଷ ଭୋଟ୍ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଥିଲେ । ଏଥର ୱାୟନାଡ ମ୍ୟାଚ୍ ରାହୁଲ ଗାନ୍ଧୀଙ୍କ ପାଇଁ ସହଜ ହେବ ନାହିଁ । ଏହି ନିର୍ବାଚନରେ ରାହୁଲଙ୍କ ବିପକ୍ଷରେ ଅଛନ୍ତି ସିପିଆଇ ସାଧାରଣ ସମ୍ପାଦକ ଡି ରାଜାଙ୍କ ପତ୍ନୀ ଆନି ରାଜା । ଦଳ ତାଙ୍କୁ ୱାୟନାଡରୁ ପ୍ରାର୍ଥୀ କରିଛି । ରାହୁଲଙ୍କ ବିପକ୍ଷରେ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଏହି ତିନି ଜଣ ଶକ୍ତିଶାଳୀ ନେତା ହୋଇଥିବାରୁ ଏହି ଆସନରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ତେବେ ରାହୁଲ ଗାନ୍ଧୀ ଉଭୟଙ୍କଠାରୁ ବଡ଼ ଚେହେରା ଏବଂ ଏହି ଆସନରୁ ଏବେର ସାଂସଦ ମଧ୍ୟ ରହିଛନ୍ତି ।