କନକ ବ୍ୟୁରୋ: ମେ’ ୩ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ରାୟଗଡା ଆସି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ତେବେ ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଏନେଇ ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ୫ ତାରିଖ କିମ୍ବା ୯ ତାରିଖରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡିଶା ଆସିବେ । ନବରଙ୍ଗପୁରରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ସଭା କରିବେ ବୋଲି ସୂଚନା ମିଳିଛି । ତେବେ ରାହୁଲ ଗାନ୍ଧୀଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଓଡିଶା ଆସିବେ ବୋଲି ଜଣାପଡିଛି ।
ଶନିବାର ପ୍ରଥମ ଥର ପାଇଁ ଓଡିଶାରେ ନିର୍ବାଚନୀ ସମାବେଶ କରିଥିଲେ ରାହୁଲ ଗାନ୍ଧୀ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏହି ସଭାରେ ଜୋରଦାର ବର୍ଷିଥିଲେ । କେନ୍ଦ୍ର ସରକାର ସହିତ ରାଜ୍ୟ ସରକାର ଉପରେ ବର୍ଷିଥିଲେ ରାହୁଲ । ତା ସହିତ ଓଡିଶା ଏବଂ କେନ୍ଦ୍ରରେ ସରକାର ଗଠନ ହେଲେ କେଉଁ ସବୁ ପ୍ରତିଶ୍ରୁତି ପୂରଣ କରାଯିବ ତାହାର ମଧ୍ୟ ହିସାବ ଦେଇଥିଲେ ରାହୁଲ । ତେଣୁ ପ୍ରଥମ ଗସ୍ତର କିଛି ଦିନ ପରେ ଆସନ୍ତା ମେ ୩ ତାରିଖରେ ଦ୍ୱିତୀୟ ଥର ପାଇଁ ରାହୁଲ ଓଡିଶା ଗସ୍ତରେ ଆସିବାକୁ ଯାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/25-25.jpg)