କନକ ବ୍ୟୁରୋ : ଗ୍ୟାରେଜରେ ପହଁଚିଲେ ଓ ମେକାନିକଙ୍କ ସହ ମିଶି ଗାଡ଼ି ସଜାଡ଼ିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯାହାର ଫଟୋ ଏବେ ସାମାଜିକ ଗଣାମଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛି । ଅଚାନକ ଦିଲ୍ଲୀର କରୋଲବାଗର ଏକ ଗ୍ୟାରେଜରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ । ଯେଉଁଠାରେ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । ତେବେ ଗ୍ୟାରେଜରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ରାହୁଲ ଗାନ୍ଧୀ ମଧ୍ୟ ଲୋକଙ୍କୁ ଭେଟି ବହୁ କଥା ଆଲୋଚନା କରିଥିଲେ । ରାହୁଲ ଗାନ୍ଧୀଙ୍କ ଏହି ଫଟୋକୁ କଂଗ୍ରେସ ଅଫିସିଆଲ ଟ୍ୱିଟର ଆଇଡ଼ି ପକ୍ଷରୁ ଟ୍ୱିଟ କରାଯାଇଛି । ଏବଂ ‘ ଏହି ହାତ ଭାରତ ନିର୍ମାଣ କରେ, ଏହି ପୋଷାକରେ ଲାଗିଥିବା କଳା ଆମ ଗର୍ବ ଓ ଗୈାରବ ବୋଲି ଲେଖାଯାଇଛି । ଏହା ସହ କେବଳ ଜଣେ ନେତା ହିଁ ଏପରି ହାତକୁ ଉତ୍ସାହିତ କରିବାର କାର୍ଯ୍ୟ କରନ୍ତି ବୋଲି ଟ୍ୱିଟ କରାଯାଇଛି ।

Advertisment