କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ହାଇକମାଣ୍ଡଙ୍କ ଫୋକସରେ ଓଡିଶା । ଆସନ୍ତା ୧୫ ତାରିଖରେ ଦିନିକିଆ ବରଗଡ ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ବାରମ୍ବାର ବାତିଲ ହେବା ପରେ ରାହୁଲ ଗାନ୍ଧୀଙ୍କ ବରଗଡ଼ ଗସ୍ତ ଚୂଡ଼ାନ୍ତ ହୋଇଛି। ତେବେ ଆସନ୍ତା ୧୫ ତାରିଖ ରାହୁଲ ବରଗଡ଼ ଆସିବେ। ସହର ଉପକଣ୍ଠସ୍ଥ ସରସରା ପଡ଼ିଆଠାରେ ସେ ସାଧାରଣ ସଭାକୁ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି।

Advertisment

publive-image

କାର୍ଯ୍ୟସୂଚୀ ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟାହ୍ଣ ୧୨ଟାରେ ସ୍ୱତନ୍ତ୍ର ବିମାନ ଯୋଗେ ରାୟପୁରଠାରେ ପହଂଚିବେ । ଏହାପରେ ଦିନ ୧ଟାରୁ ୨ଟା ୧୫ମିନିଟ୍ ମଧ୍ୟରେ ବରଗଡ ଜନସମାବେଶରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଏହାପରେ ସେ ରାୟପୁର ଫେରି ଯିବେ । ଏବଂ ସେଠାରୁ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତ ପୂର୍ବରୁ ବରଗଡ କଂଗ୍ରେସ ନେତୃବୃନ୍ଦ ସଭାସ୍ଥଳ ପରିଦର୍ଶନ କରିବା ସହିତ ସ୍ଥିତି ପରଖିଛନ୍ତି । ସେପଟେ, ପ୍ରଶାସନିକ ସ୍ତରରେ ମଧ୍ୟ ରାହୁଲଙ୍କ ସୁରକ୍ଷା ପାଇଁ ଆଲୋଚନା ହୋଇଛି।

publive-image

ଏପ୍ରିଲ ୧୮ ତାରିଖ ରାଜ୍ୟର ୫ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ । ସେଥିମଧ୍ୟରୁ ବରଗଡ ସଂସଦୀୟ କ୍ଷେତ୍ରକୁ ଦୃଷ୍ଟିରେ ରଖି ପୁଣି କଂଗ୍ରେସ ହାଇକମାଣ୍ଡା ଗସ୍ତ କରୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି ।