କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ବଡ ବୟାନ ଦେଲେ ଶଶି ଥରୁର : କହିଲେ, ସେ ନିର୍ବାଚନ ନ ଲଢନ୍ତୁ ବୋଲି ଚାହୁଁଛନ୍ତି କିଛି କଂଗ୍ରେସ ନେତା

124

କନକ ବ୍ୟୁରୋ : ଅକ୍ଟୋବର ୧୭ରେ ହେବ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସ ନେତା ତଥା ନିର୍ବାଚନର ଅନ୍ୟତମ ପ୍ରାର୍ଥୀ ଶଶି ଥରୁର ଏକ ବଡ ବୟାନ ଦେଇଛନ୍ତି । ଶଶି କହିଛନ୍ତି ଦଳର ଏମିତି କିଛି ନେତା ଅଛନ୍ତି ଯେଉଁମାନେ ଏକଥା ଚାହୁଁ ନାହାନ୍ତି କି ଶଶି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢନ୍ତୁ ।

ଏହି ନେତା ମାନେ କିଛି ଦିନ ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ଓ ଶଶିଙ୍କ ନାମାଙ୍କନ ପ୍ରତ୍ୟାହାର ପାଇଁ କହିଥିଲେ ବୋଲି ଶଶି କହିଛନ୍ତି । ତେବେ ରାହୁଲ ସେମାନଙ୍କ କଥା ଶୁଣିନଥିଲେ ଓ ଶଶି ନିର୍ବାଚନ ଲଢିବେ ବୋଲି ଜବାବରେ କହିଥିଲେ । ଶଶି କହିଛନ୍ତି କି ରାହୁଲ ଗାନ୍ଧୀଙ୍କ ସେ ପ୍ରଥମ ପସନ୍ଦ । ମଙ୍ଗଳବାର ଶଶି ଥରୁର ଏଭଳି କିଛି ବୟାନ ଦେଇଛନ୍ତି ।