ରାହୁଲ ଗାନ୍ଧିଙ୍କ ନେତୃତ୍ୱ ଉପରେ ଟିପ୍ପଣୀ କଲେ ନବୀନ। କହିଲେ, ପରିଶ୍ରମ ଅନୁଯାୟୀ ମିଳିଲାନି ଫଳ, ପରାଜୟ ପରେ କଂଗ୍ରେସ ଅଧିକ ଆତ୍ମସମୀକ୍ଷା କରିବା ଦରକାର

ନରସିଂହ କହିଲେ, ନୂଆ ନୂହେଁ ନବୀନଙ୍କ ଟିପଣୀ

649

କନକ ବ୍ୟୁରୋ: ଜାତୀୟ ଗଣମାଧ୍ୟମରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱ ଉପରେ ଟିପ୍ପଣୀ କଲେ ନବୀନ । ଟାଇମ୍ସ ଅଫ ଇଣ୍ଡିଆକୁ ସାକ୍ଷାତକାର ସମୟରେ ପ୍ରଶ୍ନ ଥିଲା, ପୂର୍ବରୁ ଦୁଇଟି ଜାତୀୟ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେଉଥିଲା । ଏବେ ଆଂଚଳିକ ଦଳ ସହ ବିଜେପିର ଲଢେଇ ହେଉଛି । ଏହାକୁ ଆପଣ କେମିତି ଦେଖୁଛନ୍ତି? ଉତ୍ତରରେ ନବୀନ କହିଥିଲେ, କଂଗ୍ରେସ ଅଧିକ ଆତ୍ମସମୀକ୍ଷା କରିବା ଉଚିତ । ସେହିପରି କଂଗ୍ରେସର ଲଗାତର ଖରାପ ପ୍ରଦର୍ଶନକୁ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

ତେବେ ସବୁଠାରୁ ବଡକଥା ହେଉଛି ରାହୁଲ ଗାନ୍ଧିଙ୍କ ନେତୃତ୍ୱକୁ ନେଇ ଟିପ୍ପଣୀ କରିଛନ୍ତି ନବୀନ । ବିଜେଡି ସୁପ୍ରିମୋ କହିଛନ୍ତି ରାହୁଲ କଠିନ ପରିଶ୍ରମ କରିଥିଲେ ହେଲେ ଫଳାଫଳ ସେଭଳି ହେଲାନାହିଁ । ତେବେ କଂଗ୍ରେସ ଓ ରାହୁଲଙ୍କୁ ନେଇ ନବୀନ କରିଥିବା ଟିପ୍ପଣୀକୁ ସ୍ୱୀକାର କରିଛନ୍ତି ନରସିଂହ ମିଶ୍ର । ନରସିଂହ କହିଛନ୍ତି ନବୀନଙ୍କ ଏଭଳି ଟିପ୍ପଣୀ ନୂଆ ନୁହେଁ । ତେବେ କଂଗ୍ରେସ ଆତ୍ମସମୀକ୍ଷା କରୁଛି ଏବଂ ଦଳକୁ ଆହୁରି ପରିଶ୍ରମ କରିବା ଆବଶ୍ୟକ ବୋଲି ମଧ୍ୟ ସେ ମତ ରଖିଛନ୍ତି ।

ନରସିଂହ କହିଛନ୍ତି କି, ମୁଖମନ୍ତ୍ରୀ ଯେ କହିଲେ କଂଗ୍ରେସ ଅନୁଭବ କରିନାହିଁ , ଏଭଳି ଭାବିବା ଭୁଲ କିନ୍ତୁ ମୁଖମନ୍ତ୍ରୀ ଯାହା କହିଛନ୍ତି ସେ ଠିକ୍ କହିଛନ୍ତି । କଂଗ୍ରେସ ଆଗରୁ ନିଜେ ଅନୁଭବ କଲାଣି ଯେ କଠିନ ପରିଶ୍ରମ କରିବାକୁ ପଡିବ ଆଉ କଂଗ୍ରେସ ଯାହା ଚିନ୍ତା କରୁଥିଲା ତାହା ମୁଖ୍ୟମନ୍ତ୍ରୀ କହିଛନ୍ତି ଗଣମାଧ୍ୟମକୁ । ତେବେ ନିର୍ବାଚନରେ ଯେଉଁ ଦଳର ବିପର୍ଯ୍ୟୟ ହୁଏ ସେ ଦଳର କର୍ତ୍ତବ୍ୟ ହେଲା କାହିଁକି ସେ ବିପର୍ଯ୍ୟୟ ହେଲା ତାକୁ ଖୋଜି ବାହାର କରିବାକୁ ଏବଂ କଂଗ୍ରେସ ମଧ୍ୟ ତାହାହି କରିବ ବୋଲି କହିଛନ୍ତି ନରସିଂହ ମିଶ୍ର ।