କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏବେ ରାହୁଲଙ୍କୁ ଲୋକଙ୍କ ଗହଣରେ ଅଧିକ ସମୟ ଦେଖିବାକୁ ମିଳୁଛି । ଭାରତଯୋଡ ଯାତ୍ରା ପରେ ରାହୁଲ ଏବେ ଗ୍ରାଉଣ୍ଡରେ ଅଧିକ ନଜର ଆସୁଛନ୍ତି । ବିଭିନ୍ନ ବର୍ଗର ଲୋକଙ୍କ ସହ ରାହୁଲଙ୍କୁ ଆଲୋଚନା କରୁଥିବାର ଦେଖିବାକୁ ମିଳୁଛି । ଗତ ସୋମବାର ମଧ୍ୟ ରାହୁଲଙ୍କୁ ସେଭଳି କିଛି ଅନ୍ଦାଜରେ ଦେଖିବାକୁ ମିଳିଛି । ସୋମବାର ରାତିରେ ରାହୁଲ ନିଜର ଦାମୀ ଗାଡି ବଦଳରେ ଟ୍ରକରେ ଯାତ୍ରା କରିଥିଲେ ।ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ରାହୁଲ ହଠାତ୍ ଏକ ଟ୍ରକରେ ଦିଲ୍ଲୀରୁ ଚଣ୍ଡିଗଡ ଯାତ୍ରା କରିଥିଲେ । କଂଗ୍ରେସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଟ୍ରକ ଡ୍ରାଇଭରଙ୍କ ସମସ୍ୟା ବାବଦରେ ଅବଗତ ହେବା ପାଇଁ ରାହୁଲଙ୍କର ଏହି ଟ୍ରକ୍ ଯାତ୍ରା ଥିଲା । ତେବେ ଏହା ରାହୁଲଙ୍କର କୌଣସି ସ୍ଥିରୀକୃତ କାର୍ଯ୍ୟକ୍ରମ ନଥିଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ରାହୁଲ ଗାନ୍ଧୀ ସିମଲା ଯାଉଥିଲେ । ଯେଉଁଠି ତାଙ୍କ ଭଉଣୀଙ୍କ ସମେତ ପୂରା ପରିବାର ଅଛନ୍ତି ।
जननायक @RahulGandhi जी ट्रक ड्राइवर्स की समस्या जानने उनके बीच पहुंचे।
राहुल जी ने उनके साथ दिल्ली से चंडीगढ़ तक का सफर किया।
मीडिया रिपोर्ट्स के मुताबिक, भारत की सड़कों पर करीब 90 लाख ट्रक ड्राइवर्स हैं। इनकी अपनी समस्याएं हैं। इनके 'मन की बात' सुनने का काम राहुल जी ने किया। pic.twitter.com/Bma2BCjGpY
— Congress (@INCIndia) May 23, 2023
ଭାରତ ଯୋଡ ଯାତ୍ରା ପରେ ରାହୁଲଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବର୍ଗର ଲୋକଙ୍କ ସହ ଦେଖିବାକୁ ମିଳୁଛି । କେତେବେଳେ ଦିଲ୍ଲୀର ରାସ୍ତାକଡରେ ଗୁପଚୁପ୍ ଖାଉଥିବାର ଦେଖିବାକୁ ମିଳୁଛି ତ ପୁଣି କେତେବେଳେ ସାଧାରଣ ଷ୍ଟଲରୁ ତରଭୁଜ ସରବତ ପିଉଥିବାର ନଜର ଆସୁଛନ୍ତି । ଏପରିକି ଗତ କିଛି ଦିନ ପୂର୍ବେ ଦିଲ୍ଲୀର ମୁଖାର୍ଜୀ ନଗରରେ ୟୁପିଏସସି ଓ ଏସଏସସି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ ରାହୁଲ ଗାନ୍ଧୀ । ସେହିଭଳି କେତେବେଳେ ଛୋଟ ଛୋଟ ଦୋକାନୀ, ଡେଲିଭରୀ ବୟଙ୍କୁ ଭେଟୁଛନ୍ତି ରାହୁଲ । ରାହୁଲଙ୍କର ଏଭଳି ଅଚାନକ ଗସ୍ତକୁ ସାଧାରଣ ଲୋକ ମଧ୍ୟ ବେଶ ପ୍ରଶଂସା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/22-18.jpg)