କନକ ବ୍ୟୁରୋ: ଦିଲ୍ଲୀ ପରେ ଆମେରିକାରେ ଟ୍ରକଯାତ୍ରା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଏବେ ଆମେରିକା ଗସ୍ତରେ ଅଛନ୍ତି । ଏହି ଅବସରରେ ୱାଶିଂଟନରୁ ନ୍ୟୁୟର୍କ ପର୍ଯ୍ୟନ୍ତ ଏକ ଟ୍ରକରେ ୧୯୦ କିଲୋମିଟର ସେ ଯାତ୍ରା କରିଛନ୍ତି । ଟ୍ରକରେ ଯାତ୍ରା କରିବା ସମୟରେ ଟ୍ରକ ଚାଳକ ତିଲଜିନ୍ଦର ଗିଲ୍ଙ୍କ ସହ ବିଭିନ୍ନ ବିଷୟରେ ସେ ଆଲୋଚନା କରିଛନ୍ତି । ତିଲଜିନ୍ଦରଙ୍କ ଜୀବନଯାପନ ଶୈଳୀ, ଆୟ ଆଦି ବହୁ ବିଷୟରେ କଥାବାର୍ତା କରିଛନ୍ତି ।

Advertisment

ରାହୁଲ ଓ ଚାଳକଙ୍କ ମଧ୍ୟରେ ବେଶ କିଛି ସମୟରେ ଧରି କଥାବାର୍ତା ଚାଲିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ସମୟରେ ତିଲଜିନ୍ଦରଙ୍କୁ ତାଙ୍କ ଆୟ ବିଷୟରେ ରାହୁଲ ଗାନ୍ଧୀ ପ୍ରଶ୍ନ କରିଥିଲେ । ଯେତେବେଳେ ଚାଳକ କହିଥିଲେ ତାଙ୍କ ମାସିକ ଆୟ ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୮ ଲକ୍ଷ ଟଙ୍କା ବୋଲି ଏକଥା ଶୁଣି ରାହୁଲ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ ।

ଆମେରିକାରେ ରହୁଥିବା ଟ୍ରକ ଚାଳକଙ୍କ ଜୀବନ ଶୈଳୀ କିପରି ଭାରତୀୟଙ୍କ ଠାରୁ ଅଲଗା ଏ ବିଷୟରେ ଦୁହିଁଙ୍କ ମଧ୍ୟରେ ବହୁ ଆଲୋଚନା ହୋଇଛି । ଟ୍ରକର ଗଠନ, ପୋଲିସ ସୁରକ୍ଷା, ଟ୍ରକ ପାଇଁ ଦିଆଯାଉଥିବା ସୁବିଧା ବିଷୟରେ ଡତେଜିନ୍ଦର ଗିଲ ଓ ରାହୁଲ କଥା ହୋଇଛନ୍ତି ।

ଭାରତର ଟ୍ରକ ଚାଳକଙ୍କ ପାଇଁ କ’ଣ ବାର୍ତା ଦେବାକୁ ଚାହାନ୍ତି ବୋଲି ପ୍ରଶ୍ନ କରିଥିଲେ ରାହୁଲ ଗାନ୍ଧୀ । ଏହାର ଉତରରେ ତିଲଜିନ୍ଦର କହିଥିଲେ ଆମେରିକାରେ ଟ୍ରକ ଚଳାଇ ପରିବାର ଚଳାଇବା ସହଜ ହୋଇଥିବାବେଳେ ଭାରତରେ କଷ୍ଟକର ହେଉଛି । ଏହା ପୂର୍ବରୁ ରାହୁଲ ଗାନ୍ଧୀ ୨୩ ମେ’ରେ ଭାରତରେ ଟ୍ରକ ଯାତ୍ରା କରିଥିଲେ ରାହୁଲ । ଦିଲ୍ଲୀରୁ ଚଣ୍ଡୀଗଡ଼ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ଏବଂ ଟ୍ରକ ଡ୍ରାଇଭରଙ୍କ ସମସ୍ୟା ବିଷୟରେ ମଧ୍ୟ ବୁଝିଥିଲେ ।