କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାମିଲନାଡୁ ଗସ୍ତରେ ଯିବେ । ତାମିଲନାଡୁର ପୋଙ୍ଗଲ ପର୍ବ ଅବସରରେ ଗ୍ରାମାଂଚଳର ପାରମ୍ପାରିକ ଖେଳ ଜଲିକାଟ୍ଟୁ ଖେଳ କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କେଏସ ଅଲାଗିରି ଏହି ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧୀ ମଦୁରେ ଜିଲ୍ଲାର ଅବନୀପୁରମରେ ଆୟୋଜିତ ହେବାକୁ ଥିବା ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଏଥିସହ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ନୈତିକ ସମର୍ଥନ ଦେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ । ସେପଟେ ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ରାହୁଲଙ୍କ ସାମିଲକୁ ନେଇ ବିଜେପି କଡା ସମାଲୋଚନା କରିଛି । ସେପଟେ ସୋସିଆଲ ମିଡିଆ ଟୁଇଟରରେ ହେଚଟ୍ୟାଗ ଗୋ ବ୍ୟାକ ରାହୁଲ ଅଭିଯାନ ଆରମ୍ଭ କରି ତୀବ୍ର ସମାଲୋଚନା କରୁଛନ୍ତି ଟୁଇଟର ବ୍ୟବହାରକାରୀ । ଲୋକଙ୍କ କହିବା କଥା ହେଲା ୨୦୧୬ରେ କଂଗ୍ରେସର ଇସ୍ତାହାରରେ ଜଲିକାଟ୍ଟୁକୁ ବ୍ୟାନ ବା ପ୍ରତିବନ୍ଧକ କରିବା ପ୍ରତିଶ୍ରୁତି ରହିଥିଲା ।
ହେଲେ ଏବେ ଚାଷୀ ଆନ୍ଦୋଳନକୁ ସମର୍ଥନ ଦେବା ପାଇଁ ଓ ଭୋଟ ପାଇଁ ରାହୁଲ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଦୋମୁହାଁ ନୀତି ନୁହେଁ କି ବୋଲି ପ୍ରଶ୍ନ କରୁଛନ୍ତି । ଜାଲିକାଟ୍ଟୁ ପୋଙ୍ଗଲ ପର୍ବ ଅବସରରେ ଖେଳାଯାଉଥିବା ତାମିଲନାଡୁ ଗ୍ରାମାଂଚଳର ଏକ ପାରମ୍ପରିକ ଖେଳ । ଏହି ଖେଳରେ ବଳଦକୁ ଲୋକେ ଧରିବା ଓ କାବୁ କରିବାକୁ ପ୍ରୟାସ କରିଥାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/5-14.jpg)