ଆଜି ରାଏବରେଲି ଯିବେ ରାହୁଲ ଗାନ୍ଧୀ । ରାହୁଲଙ୍କ ଗସ୍ତକୁ ନେଇ ରାଏବରେଲିରେ ବ୍ୟାପକ ପ୍ରସ୍ତୁତି ।

160

କନକ ବ୍ୟୁରୋ:ଲୋକସଭା ନିର୍ବାଚନରେ ଉତରପ୍ରଦେଶର ରାଏବରେଲି ଓ ଆମେଠିରୁ ବିପୁଳ ଭୋଟରେ ବିଜୟୀ ପରେ କଂଗ୍ରେସ କର୍ମୀଙ୍କ ସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଭଦ୍ରା ଉତ୍ସାହିତ ହୋଇପଡିଛନ୍ତି । ଏହିକ୍ରମରେ ଆଜି ରାଏବରେଲି ଯିବେ ରାହୁଲ ଗାନ୍ଧୀ । ରାଏବରେଲିରୁ ବିପୁଳ ଭୋଟରେ ବିଜୟୀ ହେବା ପରେ ଏହା ରାହୁଲ ଗାନ୍ଧୀଙ୍କ ପ୍ରଥମ ଗସ୍ତ । ତାଙ୍କ ସାଙ୍ଗରେ ଯିବେ ପ୍ରିୟଙ୍କା ଗାନ୍ଧୀଭଦ୍ରା । ଉଭୟ ରାହୁଲ ଓ ପ୍ରିୟଙ୍କା

ରାଏବରେଲିରେ ଜନସଭା କରି ରାଏବରେଲି ବାସିନ୍ଦାଙ୍କୁ ଧନ୍ୟବାଦ ଦେବେ । ଏହାକୁ ନେଇ କଂଗ୍ରେସ କର୍ମୀ ଓ ପଦାଧିକାରୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କୁହାଯାଉଛି ବିଜୟ ପରେ ଜନସଭା କରି ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଜେପିକୁ ବାର୍ତା ଦେବାକୁ ଚାହୁଁଛନ୍ତି ରାଏବରେଲି ଓ ଆମେଠି କଂଗ୍ରେସର ପାରମ୍ପରିକ ଆସନ । ଏହି ଆସନ ଗାନ୍ଧୀ ପରିବାର କୌଣସି ପରିସ୍ଥିତିରେ ଛାଡିବ ନାହିଁ । ଆଜି ରାହୁଲ ଓ ପ୍ରିୟଙ୍କାଙ୍କ ସହ ଆମେଠି ଆସନରୁ ବିଜୟୀ କଂଗ୍ରେସ ସାଂସଦ କିଶୋରୀ ଲାଲ ଶର୍ମା ମଧ୍ୟ ଉପସ୍ଥିତ ରହିବେ ।