ଫେବୃଆରୀ ୬ ତାରିଖରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ନ୍ୟାୟ ଯାତ୍ରାରେ ସୁନ୍ଦରଗଡରେ କରିବେ ରୋଡ୍ ସୋ ।

154

କନକ ବ୍ୟୁରୋ: ଆସନ୍ତା ଫେବ୍ରୁଆରୀ ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଂଚିବେ ରାହୁଲ ଗାନ୍ଧୀ । ୬ ତାରିଖ ସଂଧ୍ୟାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଂଚିବ । ସେଠାରେ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରାଯିବ । ସୁନ୍ଦରଗଡ଼ରେ ରାହୁଲ ଗାନ୍ଧୀ ରୋଡ୍ ସୋ’ କରିବେ । ତିନିଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କ ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି । ୭ ଓ ୮ ତାରିଖରେ ସେ ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରିବେ । ଓଡ଼ିଶାରେ ରାହୁଲ ଗାନ୍ଧୀ ପ୍ରାୟ ୨ ଶହ କିଲୋମିଟର ପଦଯାତ୍ରା କରିବେ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି ।