କନକ ବ୍ୟୁରୋ: ପ୍ରଚାର ପାଇଁ ଓଡିଶା ଆସିପାରନ୍ତି ରାହୁଲ ଗାନ୍ଧୀ । ଏପ୍ରିଲ ୨୮ ଓ ମେ’୩ ତାରିଖରେ ଯଥାକ୍ରମେ ରାୟଗଡା, ସାଲେପୁର, ବ୍ରହ୍ମପୁରରେ କରିପାରନ୍ତି ପ୍ରଚାର । ଏନେଇ ରାହୁଲଙ୍କୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପ୍ରସ୍ତାବ ଦେଇଥିବା ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏହାସହ ରାଜ୍ୟରେ ପ୍ରଚାର ପାଇଁ ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଆସିବାକୁ ପ୍ରସ୍ତାବ ଦିଆଯାଇଛି ।
ଏହା ପୂର୍ବରୁ ଏପ୍ରିଲ ୨୫ ତାରିଖରେ ସୋନପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଓଡିଶା ଆସି ସୋନପୁରରେ କରିବେ ହାଇଭୋଲଟେଜ ପ୍ରଚାର । ତେବେ ୨୫ ତାରିଖ ଅପରାହ୍ନରେ ଏକ ବିଶାଳ ଜନସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିବେ ଶାହ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/rrrr.jpg)