ଆଜି ରାଷ୍ଟ୍ରପତି ଭବନ ଅଭିମୁଖେ କଂଗ୍ରେସର ଶୋଭାଯାତ୍ରା : କୃଷିଆଇନକୁ ବିରୋଧ କରି ଶୋଭାଯାତ୍ରା କରିବ କଂଗ୍ରେସ 

50

କନକ ବ୍ୟୁରୋ : ଆଜି ରାଷ୍ଟ୍ରପତି ଭବନ ଅଭିମୁଖେ କୃଷି ଆଇନକୁ ବିରୋଧ କରି ଶୋଭାଯାତ୍ରା କରିବ କଂଗ୍ରେସ । କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ସାମିଲ ହେବେ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କାର୍ଯ୍ୟକ୍ରମର ନେତୃତ୍ବ ନେବେ । କୃଷି ଆଇନ ବିରୋଧରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେବେ ରାହୁଲ । ଏଥିରେ ଦୁଇ କୋଟି ଚାଷୀଙ୍କ ଦସ୍ତଖତ ରହିବ ବୋଲି କଂଗ୍ରେସ କହିଛି ।

କେନ୍ଦ୍ର କୃଷି ଆଇନକୁ ପ୍ରତ୍ୟାହାର ଦାବିରେ କଂଗ୍ରେସ ଦେଶର ବିଭିନ୍ନ ସ୍ଥାନରେ ଦସ୍ତଖତ ସଂଗ୍ରହ କରୁଛି । ରନୂଆ କୃଷି ଆଇନକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରିଛି କଂଗ୍ରେସ । କଂଗ୍ରେସ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହ ନୂଆ କୃଷି ଆଇନକୁ ପ୍ରତ୍ୟୃାହାର କରିବା ପାଇଁ ଦାବି କରି ଆସୁଛି ।