କନକ ବ୍ୟୁରୋ: ରାୟବରେଲିରୁ ନାମାଙ୍କନ ଭରିବେ ରାହୁଲ । ସାଙ୍ଗରେ ରହିବେ ମା’ ସୋନିଆ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଶେଷ ମୁହୁର୍ତ୍ତରେ ରାହୁଲଙ୍କୁ ରାୟବରେଲିରୁ ଲଢ଼ିବାକୁ ଘୋଷଣା କରିଛି ଏଆଇସିସି । ବହୁ ଦିନରୁ ଲାଗିରହିଥିବା ସସପେନ୍ସରୁ ପରଦା ହଟିଛି । ଉତ୍ତରପ୍ରଦେଶର ସବୁଠୁ ଚର୍ଚ୍ଚିତ ଆସନ ତଥା କଂଗ୍ରେସର ଗଡ଼ ଥିବା ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଏଥର ଆମେଥି ଛାଡ଼ି ରାୟବରେଲିରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ । ଆମେଥି ଆସନରେ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ । ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ ଶେଷ ସମୟରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।
ଏହି ଦୁଇଟି ଆସନ କଂଗ୍ରେସର ଗଡ଼ ଭାବେ ଜଣାଶୁଣା । ରାୟବରେଲିରେ ସୋନିଆ ଗାନ୍ଧୀ ଲଗାତାର ଜିତିଆସୁଥିବା ବେଳେ ଚଳିତ ଥର ସେ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ରାଜ୍ୟସଭାରୁ ସଂସଦ ଯାଇଛନ୍ତି । ସେହିପରି ଆମେଥି ଆସନରେ ୨୦୦୪ରୁ ରାହୁଲ ଜିତି ଆସୁଥିବା ବେଳେ ୨୦୧୯ରେ ଏହି ବିଜୟରେ ବ୍ରେକ ଲଗାଇଥିଲେ ସ୍ମୃତି ଇରାନୀ । ଚଳିତ ନିର୍ବାଚନରେ ମଧ୍ୟ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେଣୁ ନିଜ ଗଡ଼ ରକ୍ଷା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ରାୟବରେଲିରେ ରାହୁଲ ଗାନ୍ଧୀ ଓ ଆମେଥି ପାଇଁ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ରାଏବରେଲିରେ ବିଜେପିର ଦିନେଶ ପ୍ରତାପ ସିଂହଙ୍କ ସହ ରାହଲୁଙ୍କ ଲଢ଼େଇ ହେବ । ଏବଂ ଆମେଥିରେ ସ୍କୃତି ଇରାନୀଙ୍କୁ ଟକ୍କର ଦେବେ କିଶୋରୀଲାଲ ଶର୍ମା । ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବାରୁ ଉଭୟ ପ୍ରାର୍ଥୀ ଆଜି ଏହି ଦୁଇ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ । ସେହିପରି ପ୍ରିୟଙ୍କା ଗାନ୍ଧୀ ଚଳିତ ନିର୍ବାଚନ ଲଢ଼ିବେନି ବୋଲି ମଧ୍ୟ ସ୍ପଷ୍ଟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/16-1.jpg)