କନକ ବ୍ୟୁରୋ: ଉତରପ୍ରଦେଶ ଆମେଠିରୁ ଆଜି ନାମାଙ୍କନ ଭରିବେ କଂଗ୍ରେସ ଅଧ୍ୟକ୍ଷ । ଆମେଠିର ଗୌରିଗଂଜରେ ବିଶାଳ ରୋଡ ସୋ କରିବା ପରେ ରାହୁଲ ପ୍ରାର୍ଥୀ ପତ୍ର ଦାଖଲ କରିବେ । ଆଜି ଆମେଠିରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବେ । ରାହୁଲଙ୍କ ସହ ମା ସୋନିଆ ଗାନ୍ଧୀ ଓ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ରହିବେ ।
କଂଗ୍ରେସ ଗଡରେ ରାହୁଲଙ୍କୁ ଟକ୍କର ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଆମେଠିକୁ କଂଗ୍ରେସର ପାରମ୍ପାରିକ ଆସନ ବୋଲି ମନେ କରାଯାଏ । ଏଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୪ଥର ସାଂସଦ ରହିଥିଲେ । ରାହୁଲ ଗାନ୍ଧୀ ମଧ୍ୟ ଆମେଠି ଆସନରୁ ୩ଥର ସାଂସଦ ରହିସାରିଛନ୍ତି । ୨୦୦୪ରେ ରାହୁଲ ପ୍ରଥମ ଥର ପାଇଁ ଏହି ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।
ଏହାପରେ ଲଗାତର ୨୦୦୯ ଓ ୨୦୧୪ରୁ ମଧ୍ୟ ରାହୁଲ ଗାନ୍ଧୀ ଏହି ଆସନରୁ ବିଜୟୀ ହୋଇଛନ୍ତି । ଗତ ନିର୍ବାଚନରେ ସ୍ମୃତି ଇରାନୀଙ୍କୁ ରାହୁଲ ୧ଳକ୍ଷ ଭୋଟରେ ହରାଇଥିଲେ । ତେବେ ଏଥର ରାହୁଲ ଓ ସ୍ମୃତିଙ୍କ ମଧ୍ୟରେ କଡାକଡି ଟକ୍କର ହେବ । ରାହୁଲ ଏଥର ଆମେଠି ସହ କେରଳର ୱାୟନାଡରୁ ବି ନିର୍ବାଚନ ଲଢୁଛନ୍ତି । ସେଠାରୁ ସେ ନାମାଙ୍କନ ଦାଖଲ କରିସାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/RAHUL-3.jpg)
/kanak/media/post_attachments/wp-content/uploads/2019/04/congress-garland-president-rahul-gandhi-being-facilitated_ea27ff8c-5aee-11e9-91fa-453968a51998-300x169.jpg)
/kanak/media/post_attachments/wp-content/uploads/2019/04/682588-karnataka-assembly-election-2018-rahul-gandhi-300x169.jpg)