କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ଦକ୍ଷିଣ ଓଡିଶାରେ ଦମ୍ ଦେଖାଇବ କଂଗ୍ରେସ । ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ କରିବେ ପ୍ରଚାର । ରାହୁଲ ମଧ୍ୟାହ୍ନ ୧୨ଟାରେ ରାୟଗଡ଼ାରେ ପହଞ୍ଚିିବାର କାର୍ଯ୍ୟକ୍ରମ ରହିଛି । ରାୟଗଡ଼ା ଜିଆଇଏସିଆର କଲେଜ ନିକଟ ସଭାସ୍ଥଳକୁ ଯାଇ ନ୍ୟାୟ ରାଲିକୁ ସମ୍ବୋଧିତ କରିବେ । ଅପରାହ୍ନ ୧୨ଟା ୧୦ରୁ ସାଢ଼େ ୧ଟାଏ ମଧ୍ୟରେ ରାହୁଲ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
ନିର୍ବାଚନୀ ସଭାରେ ରାହୁଲ ଆଦିବାସୀ ଓ ଓବିସି ସମ୍ବନ୍ଧୀୟ ପ୍ରସଙ୍ଗରେ ମତ ରଖିବାର ସମ୍ଭାବନା ରହିଛି । ସେ ଉଭୟ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିପାରନ୍ତି । ରାୟଗଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ କୋରାପୁଟ ଲୋକସଭା ଆସନ ଅଧୀନରେ ଆସୁଥିବା ବେଳେ ଏବେର ସାଂସଦ ସପ୍ତଗିରି ଉଲାକା କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଚଳିତ ନିର୍ବାଚନରେ ରାହୁଲଙ୍କ ଏହା ଦ୍ୱିତୀୟ ଓଡିଶା ଗସ୍ତ ହେବ । ସେ ରବିବାର କଟକ ଜିଲ୍ଲା ସାଲେପୁରରେ କଂଗ୍ରେସର ପ୍ରଚାର ଆରମ୍ଭ କରିଥିଲେ । ସାଲେପୁର ସାଧାରଣ ସଭାକୁ ସମ୍ବୋଧିତ କରି କହିଥିଲେ ଯେ ବିଜେଡି ଓ ବିଜେପି ପରସ୍ପର ବିରୋଧରେ ନିର୍ବାଚନୀ ଲଢ଼େଇ ଲଢୁଥିଲେ ମଧ୍ୟ ବାସ୍ତବରେ ସେମାନେ ଏକାଠି ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/3-3.jpg)