ରାହୁଲ ଗାନ୍ଧୀଙ୍କୁ କରୋନା, ଟ୍ୱିଟ୍ କରି ଦେଲେ ସୂଚନା ।

164

କନକ ବ୍ୟୁରୋ : କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କରୋନା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାହୁଲ ଗାନ୍ଧୀ । ଟ୍ୱିଟ୍ କରି ରାହୁଲ କହିଛନ୍ତି, କରୋନାର ସାମାନ୍ୟ ଲକ୍ଷଣ ଥିଲା ଏବେ  ଟେଷ୍ଟ ରିପୋର୍ଟରେ ପଜିଟିଭ ଆସିଛି । ତେଣୁ ସର୍ମ୍ପକରେ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରହିବା ସହ କୋଭିଡ ଗାଇଡଲାଇନ ମାନିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ରାହୁଲ ।

ଏହାପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ନିଜର ସମସ୍ତ ପ୍ରଚାର କାର୍ଯ୍ୟକୁ ବାତିଲ କରିଥିଲେ ରାହୁଲ ଗାନ୍ଧୀ । ପଶ୍ଚିମବଙ୍ଗରେ ମହାଲଢେଇ ହେଉଥିଲେ ମଧ୍ୟ ପ୍ରଚାର ମୈଦାନରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତି ନେଇଥିଲେ ରାହୁଲ । ପ୍ରଚାରରେ ହଜାର ହଜାର ଲୋକଙ୍କୁ ସାମିଲ କରି ସମସ୍ତଙ୍କ ଜୀବନକୁ ବିପଦରେ ନ ପକାଇବାକୁ ଏଭଳି ନିଷ୍ପତି ନେଇଥିଲେ ରାହୁଲ । ଏପରିକି ଅନ୍ୟ ନେତା ମାନଙ୍କୁ ମଧ୍ୟ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ବାବଦରେ ତର୍ଜମା କରିବାକୁ ପରାମର୍ଶ ଦେଇଥିଲେ ରାହୁଲ ।  ଆଉ ରାହୁଲଙ୍କ ଏଭଳି ନିଷ୍ପତିକୁ ସୋସିଆଲ ମିଡ଼ିଆରେ ବେଶ ପ୍ରଂଶସା କରାଯାଇଥିଲା ।