କନକ ବ୍ୟୁରୋ : ନିଜ ତୃତୀୟ କାର୍ଯ୍ୟକାଳର ପ୍ରଥମ ସାଧାରଣ ବଜେଟରେ କରାଯାଇଥିବା ଘୋଷଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଖୁସି ବ୍ୟକ୍ତ କରିବା ସହ ଦେଶକୁ ବଜେଟ୍ ବିଷୟରେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବଜେଟ୍ ହେଉଛି ସମାଜର ପ୍ରତ୍ୟେକ ବର୍ଗଙ୍କୁ ଶକ୍ତି ପ୍ରଦାନକାରୀ ବଜେଟ୍‌ । ଏହା ଦେଶର ଗ୍ରାମ, ଗରିବ ଏବଂ କୃଷକମାନଙ୍କୁ ସମୃଦ୍ଧିର ପଥରେ ଆଗେଇ ନେବା ଭଳି ବଜେଟ୍‌ । ସେ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି । ଏହା ଯୁବପିଢ଼ିଙ୍କୁ ଅଗଣିତ ନୂତନ ଅବସର ପ୍ରଦାନ କଲା ଭଳି ବଜେଟ୍‌ । ଏହି ବଜେଟ୍‌ରୁ ଶିକ୍ଷା ଏବଂ ଦକ୍ଷତାକୁ ନୂତନ ସ୍କେଲ୍ ମିଳିବ । ଏହା ହେଉଛି ମଧ୍ୟବିତ୍ତଙ୍କୁ ନୂତନ ଶକ୍ତି ପ୍ରଦାନ କଲା ଭଳି ବଜେଟ୍‌ । ଏହା ଆଦିବାସୀ ସମାଜ, ପଛୁଆ ବର୍ଗଙ୍କୁ ସଶକ୍ତ କରିବାର ଦୃଢ଼ ଯୋଜନା ସହିତ ଆସିଛି । ମୋଦୀ ଆହୁରି କହିଛନ୍ତି ଯେ ଏହି ବଜେଟ୍ ଦ୍ୱାରା କ୍ଷୁଦ୍ର ବ୍ୟବସାୟୀ ଏବଂ ଏମ୍ଏସ୍ଏମ୍ଇ ମାନଙ୍କୁ ସେମାନଙ୍କ ପ୍ରଗତିର ନୂତନ ରାସ୍ତା ମିଳିବ । ବଜେଟରେ ଉତ୍ପାଦନ ଏବଂ ଭିତ୍ତିଭୂମି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏହା ଦ୍ୱାରା ଆର୍ଥିକ ବିକାଶ ହୋଇପାରିବ । ରୋଜଗାର ଏବଂ ସ୍ୱରୋଜଗାରର ଅଦ୍ଭୁତପୂର୍ବ ଅବସର ଦେବା ଆମ ସରକାରଙ୍କ ପରିଚୟ ରହିଛି । ଆଜିର ବଜେଟ୍ ଏହାକୁ ଆହୁରି ମଜବୁତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Advertisment

ସରକାରଙ୍କ ବଜେଟକୁ ଚୌକି ବଂଚାଓ ବଜେଟ ନାଁର ଦେଲେ ବିରୋଧୀ ।ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଏହି ବଜେଟ ଦେଶବାସୀଙ୍କ ପାଇଁ ନୁହେଁ ବଂର ମୋଦୀ ସରକାରଙ୍କ ସହଯୋଗୀ ଦଳମାନଙ୍କ ପାଇଁ । ଯାହାଙ୍କ ସହଯୋଗରେ ସରକାର ଗଠନ କରିଛନ୍ତି ସେମାନଙ୍କୁ ଖୁସି କରିବାକୁ ଏହି ବଜେଟ । ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏହା ଭେଦଭାବପୂର୍ଣ୍ଣ ବଜେଟ । ଦୁଇ ତିନୋଟି ରାଜ୍ୟଗୁଡିକୁ ଛାଡିଦେଲେ ମୋଦୀ ସରକାର ଏହି ବଜେଟରେ କାହାରିକୁ ବିଶେଷ ଫାଇଦା ମିଳିବନି । ଅନ୍ୟପଟେ ଆଜି ବସିଛି ବିରୋଧୀ ଦଳ ମେଂଟ ଇଣ୍ଡିର ବୈଠକ ।