କନକ ବ୍ୟୁରୋ: ଭାରତ-ଚୀନ ସେମାରେ ଉତେଜନା ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଘଟଣାରେ କାହିଁକି ଚୁପ୍ ବୋଲି ସେ ପ୍ରଶ୍ନ କରିଛନ୍ତି । ଚୀନ ଆମ ସେନା ମାରିବାକୁ କିଭଳି ସାହାସ କଲା ବୋଲି ରାହୁଲ ଗାନ୍ଧି ପ୍ରଶ୍ନ କରିଛନ୍ତି । ଟ୍ୱିଟ୍ କରି ରାହୁଲ ଗାନ୍ଧି କହିଛନ୍ତି, ବହୁତ ହୋଇଗଲା, ଆମେ ଜାଣିବା ଦରକାର ପକୃତରେ ସେଠାରେ କଣ ଘଟିଛି । ଏଥିସହ ସେମାନେ କେମିତି ଆମ ସୀମା ଉପରେ କବଜା କରିବାକୁ ସାହସ କରିଛନ୍ତି ସେନେଇ ପ୍ରଶ୍ନ ଉଠାଇଛନ୍ତି । ମୃତ ଯବାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇ ରାହୁଲ କହିଛନ୍ତି, ସେମାନଙ୍କ ସହ ଆମେ ସମସ୍ତେ ଠିଆ ହୋଇଛୁ ।
Why is the PM silent?
Why is he hiding?Enough is enough. We need to know what has happened.
How dare China kill our soldiers?
How dare they take our land?— Rahul Gandhi (@RahulGandhi) June 17, 2020
ଅନ୍ୟପଟେ, ଭାରତ ଚୀନ୍ ସୀମାରେ ଉତେଜନା ପରେ ସହିଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ଏକତା ପାଇଁ କାମ କରି ସହିଦ ହୋଇଥିବା ଯବାନଙ୍କ ପାଇଁ ଗଭୀର ସମବେଦନା ଜଣାଇବା ସହ ଗଲୱାନ ଘାଟୀରେ ସହିଦ ହୋଇଥିବା ସାହସୀ ଯବାନଙ୍କୁ ସାଲ୍ୟୁଟ ବୋଲି ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସହିଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
Join the nation to salute the bravehearts of #IndianArmy who made the supreme sacrifice at #GalwanValley, protecting the integrity of our nation. Deepest condolences to the families of the brave martyrs.
— Naveen Patnaik (@Naveen_Odisha) June 17, 2020
ଭାରତ-ଚୀନ ସୀମାରେ ଉତେଜନା ପରେ ଟ୍ୱିଟ କରିଛନ୍ତି ଅମିତାଭ ବଚ୍ଚନ । ବୀର ଜବାନଙ୍କ ବଳିଦାନରେ ଦେଶ ଦୁଃଖୀ ହୋଇଛି । ଏହି ସମୟରେ ସୁପରଷ୍ଟାର ଅମିତଭା ବଚ୍ଚନ ଜବାନଙ୍କ ନାଁରେ ଟ୍ୱିଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ଦେଶର ଯବାନମାନେ ଆମକୁ ଓ ଦେଶକୁ ସୁରକ୍ଷିତ ରଖିବା ଲାଗି ନିଜ ଜୀବନକୁ ବଳିଦାନ ଦେଇଛନ୍ତି । ଭାରତୀୟ ଯବାନ ଓ ଅଧିକାରୀଙ୍କୁ ସାଲ୍ୟୁଟ ।