କନକ ବ୍ୟୁରୋ: ଝାରସୁଗୁଡ଼ା ବେଲପାହାଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ଓବିସି ବର୍ଗର ହୋଇନଥିବା କହିଛନ୍ତି ରାହୁଲ । ପ୍ରଧାନମନ୍ତ୍ରୀ ସାଧାରଣ ବର୍ଗରେ ଜନ୍ମ ହୋଇଥିବା ରାହୁଲ ଗାନ୍ଧୀ ଜନସଭାକୁ ସମ୍ବୋଧନ କରି କହିଛନ୍ତି । କଟାକ୍ଷ କରି ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ କୌଣସି ଓବିସି ଲୋକଙ୍କୁ ଭେଟନ୍ତି ନାହିଁ । କୌଣସି ଚାଷୀଙ୍କୁ ମଧ୍ୟ ଭେଟନ୍ତି ନାହିଁ । ଏହା ସହ ରାହୁଲ ଗାନ୍ଧୀ କହିଛନ୍ତି, ଲୋକଙ୍କ ଜିଏସ୍ଟି ଆଦାନୀଙ୍କ ପକେଟ୍କୁ ଯାଉଛି ।