ବେକାରୀ ସମସ୍ୟାକୁ ନେଇ ମୋଦୀ ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍ । କହିଲେ ପାକିସ୍ତାନ ଅପେକ୍ଷା ଭାରତରେ ଦୁଇ ଗୁଣା ବେକାରୀ ।

53

କନକ ବ୍ୟୁରୋ: ପାକିସ୍ତାନ ଅପେକ୍ଷା ଭାରତର ଅଧିକ ଲୋକ ବେକାରୀ । ପାକିସ୍ତାନର ବେରୋଜଗାରୀ ତୁଳନାରେ ଭାରତରେ ଦୁଇ ଗୁଣା ବେକାରୀ ଅଛନ୍ତି ବୋଲି କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମଧ୍ୟପ୍ରଦେଶର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ବିଜେପିକୁ ଟାର୍ଗେଟ କରି ଏଭଳି କହିଛନ୍ତି ରାହୁଲ । ରାହୁଲ କହିଛନ୍ତି, ପାକିସ୍ତାନରେ ଯୁବ ବେକାରୀ ୧୩ ପ୍ରତିଶତ ଥିବା ବେଳେ ଭାରତରେ ୨୪ ପ୍ରତିଶତ ରହିଛି ।

ରାହୁଲଙ୍କ ଏଭଳି ବୟାନକୁ ନେଇ କଡା ପ୍ରତିକ୍ରିୟା ରଖିଛି ବିଜେପି । ରାହୁଲ ମାନସିକ ଅବସାଦରେ ଥିବା କହିଛନ୍ତି ବିଜେପିର ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ୍ । ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଜଣେ ଅନଭିଜ୍ଞ ନେତା ।