ମୋଦିଙ୍କୁ ଘେରିଲେ ରାହୁଲ । କହିଲେ, ୨ କୋଟି ଚାକିରି ଦେବେ କହିଥିଲେ ପ୍ରଧାନମନ୍ତ୍ରୀ, ହେଲେ ହରାଇଲେ ୧୪ କୋଟି ନିଯୁକ୍ତି ।

661

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଦେଶର ଯୁବକମାନଙ୍କ ପାଖରେ ନିଯୁକ୍ତି ନଥିବାକୁ ନେଇ ସେ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ନିଜ ଟ୍ୱିଟରରେ ପ୍ରକାଶିତ ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି, ‘ଯେତେବେଳେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଦେଶର ଯୁବକମାନଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବେ ।

କିନ୍ତୁ ନରେନ୍ଦ୍ର ମୋଦୀଙ୍କ ନୀତି ୧୪ କୋଟି ଲୋକଙ୍କୁ ବେରୋଜଗାର କରିଛି । ’ରାହୁଲ ଗାନ୍ଧୀ କହିଛନ୍ତି ଯେ ବିମୁଦ୍ରାକରଣ, ଭୁଲ ଜିଏସଟି ଏବଂ ତା’ପରେ ଲକଡାଉନ୍ ଯୋଗୁଁ ଭାରତର ଅର୍ଥନୀତି ନଷ୍ଟ ହୋଇଯାଇଛି ।

ଏବେ ସତ୍ୟ ହେଉଛି ଭାରତ ଆଉ ତା’ର ଯୁବକମାନଙ୍କୁ ରୋଜଗାର ଦେଇପାରିବ ନାହିଁ । ବେରୋଜଗାର ପ୍ରସଙ୍ଗକୁ ଯୁବ କଂଗ୍ରେସ ସଂପୂର୍ଣ୍ଣ ଭାବେ ଉଠାଇବାକୁ ଯାଉଛି । ରାହୁଲ ଗାନ୍ଧୀ ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଆପଣ ସମସ୍ତେ ‘ରୋଜଗର ଦୋ’ ଅଭିଯାନରେ ଯୋଗ ଦିଅନ୍ତୁ ଏବଂ ଦେଶର ଯୁବକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ଯୁବ କଂଗ୍ରେସ ସହିତ କାର୍ଯ୍ୟ କରନ୍ତୁ ।

Comments are closed.