ବିଦେଶ ମାଟିରୁ ବିଜେପିକୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । କହିଲେ, ବିଜେପିର ଇଙ୍ଗିତରେ ଚାଲେ ଭାରତର ଗଣମାଧ୍ୟମ

110

କନକ ବ୍ୟୁରୋ : ପୁଣି ଥରେ ବିଦେଶରେ ପହଁଚି ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ୧୦ଦିନିଆ ଆମେରିକାଗସ୍ତର ପ୍ରଥମ ଦିନରେ ରାହୁଲ ସାନ୍ ଫ୍ରାନସିସ୍କୋରେ ପହଁଚିବା ପରେ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିଜ ସମ୍ବୋଧନରେ ରାହୁଲ ଏଭଳି କିଛି କଥା କହିଛନ୍ତି ଯାହାକୁ ନେଇ ଆରମ୍ଭ ହୋଇଛି ଜୋରଦାର ବୟାନବାଜୀ । ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳରେ ଆୟୋଜିତ କାର୍ଯ୍ୟକ୍ରମରେ ରାହୁଲ ଯୋଗ ଦେଇଥିଲେ । କଟାକ୍ଷ କରି ରାହୁଲ କହିଛନ୍ତି ଭଗବାନଙ୍କଠାରୁ ନିଜକୁ ବଡ ମନେ କରନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନିଜକୁ ସର୍ବଜ୍ଞ ବୋଲି ବିଚାର କରନ୍ତି । ବିଶ୍ୱ ଗୁରୁ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ରାହୁଲ କହିଛନ୍ତି ଭାରତରେ ରହୁଥିବା ଅଳ୍ପସଂଖ୍ୟକ, ନିଜକୁ ଅସହାୟ ଓ ଅସୁରକ୍ଷିତ ମନେ କରନ୍ତି ।ଭାରତୀୟ ମାନେ କାହାକୁ ଘୃଣା କରନ୍ତି ନାହିଁ ।କିନ୍ତୁ ଦେଶର ବ୍ୟବସ୍ଥା ଓ ଗଣମାଧ୍ୟମ ଘୃଣାର ସ୍ଥିତି ସୃଷ୍ଟି କରୁଛି ।

ଭାରତର ଯାଂଚ ଏଜେନ୍ସିକୁ ବିଜେପି ସରକାର ନିଜ ହାତମୁଠାରେ ରଖିଛି । ନିଜ ଫାଇଦା ପାଇଁ ଦୁରପଯୋଗ କରୁଛି । ଦୁର୍ନିତି ଲୁଚାଇବା ପାଇଁ ଏଜେନ୍ସିଙ୍କ ଦ୍ୱାରା ବିରୋଧୀଙ୍କୁ ଧମକ ଦିଏ ଓ ଜେଲକୁ ପଠାଏ ।

ମୋଦି ସରକାରଙ୍କ ଦୁର୍ନତିର ପର୍ଦ୍ଦାଫାଶ କରିବା ପାଇଁ କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆୟୋଜନ କରିଥିଲା ।କିନ୍ତୁ ମୋଦୀ ସରକାର ଏହାକୁ ରୋକିବା ପାଇଁ ଷଡଯନ୍ତ୍ର କରିବାକୁ ପଛାଇ ନଥିବା ରାହୁଲ କହିଛନ୍ତି ।

ଏବେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତିି ଉପୁଜିଛି । ରାହୁଲଙ୍କ ବୟାନକୁ ନେଇ ବିଜେପି କଡ଼ା ପ୍ରତିକ୍ରିୟା ରଖିଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଏଭଳି ବୟାନ ଦେଇ ରାହୁଲ ବିଦେଶରେ କେବଳ ଭାରତ ସରକାରଙ୍କ ନୁହେଁ ବଂର ଭାରତର ମଧ୍ୟ ଅପମାନ କରୁଛନ୍ତି ।

ଏହା ପ୍ରଥମ ଘଟଣା ନୁହେଁ ଯେବେ ବିଦେଶରେ ପହଁଚି ରାହୁଲ ଗାନ୍ଧୀ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ପୂର୍ବରୁ ବିଟ୍ରେନ କ୍ରେମ୍ବିଜ ବିଶ୍ୱବିଦ୍ୟାଳୟରେ ମଧ୍ୟ ବିଭିନ୍ନ ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ଶାଣିତ ଢଙ୍ଗରେ ସମାଲୋଚନା କରିବା ପରେ କଂଗ୍ରେସଠୁ ଜବାବ ମାଗିଥିଲା ବିଜେପି ।