ମୋଦୀ ଚାହୁଁଛନ୍ତି ଆପଣ ଜୟ ଶ୍ରୀରାମ ନାରା ଦିଅନ୍ତୁ ଏବଂ ଭୋକରେ ମରିଯାଆନ୍ତୁ । ଭାରତ ଯୋଡ ନ୍ୟାୟ ଯାତ୍ରାରେ କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ?

72

କନକ ବ୍ୟୁରୋ : କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଏବେ ମଧ୍ୟପ୍ରଦେଶରେ ଜାରି ରହିଛି । ଏହି ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଓ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ବିଜେପି କର୍ମୀ ଜୟ ଶ୍ରୀରାମ ଓ ମୋଦୀ ମୋଦୀ ନାରା ଦେଉଥିଲେ । ରାହୁଲ ଗାନ୍ଧୀ ବିଜେପି କର୍ମୀଙ୍କ ପାଖକୁ ଯିବା ସହ ସେମାନଙ୍କ ଠାରୁ ଆଳୁ ସଂଗ୍ରହ କରିଥିଲେ । ଏହାସହ ରାହୁଲ ଗାନ୍ଧୀ କହିଥିଲେ, ମୋଦୀ ଚାହୁଁଛନ୍ତି ଆପଣମାନେ ଦିନ ତମାମ ଜୟ ଶ୍ରୀରାମ ନାରା ଦିଅନ୍ତୁ ଏବଂ ଭୋକରେ ମରନ୍ତୁ ।

ରାହୁଲ ଗାନ୍ଧୀ ଏଭଳି କହିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହାପୂର୍ବରୁ ୨୦୧୬ରେ ରାହୁଲ ଗାନ୍ଧୀଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥ୍ିଲା । ଯେଉଁଥିରେ ମେସିନରେ ଆଳୁ ପୂରାଇଲେ ସୁନା ବାହାରିବ ବୋଲି କହୁଥିବାର ଶୁଣିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ଏହି ଭିଡ଼ିଓକୁ ଏଡିଟ୍ କରି ଭାଇରାଲ କରାଯାଇଥିବା ଜଣାପଡିଥିଲା ।