ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର? ପୁଣି ପ୍ରଶ୍ନ କଲେ ରାହୁଲ ଗାନ୍ଧୀ ।

ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର? ପୁଣି ପ୍ରଶ୍ନ କଲେ ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ରାହୁଲ ସେହି ସମାନ ପ୍ରଶ୍ନ ପୁଣିଥରେ ଦୋହରାଇଛନ୍ତି । ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର? ଏହାର ଉତ୍ତର ବିଜେପିକୁ ଦେବା ଉଚିତ୍ । ଏହାସହ ନ୍ୟାୟପାଳିକା ଉପରେ ଚାପ ପକାଇବା ପ୍ରସଙ୍ଗରେ ସାମ୍ବାଦିକଙ୍କୁ ରାହୁଲ କହିଛନ୍ତି, ଆପଣ ସେହି କଥା କାହିଁକି କହୁଛନ୍ତି ଯାହା ବିଜେପି କହୁଛି?

ଏହାପୂର୍ବରୁ ମୋଦୀ ସରନେମକୁ ନେଇ ହୋଇଥିବା ମାନହାନି ମୋକଦ୍ଦମାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ପରେ ତାଙ୍କୁ ଏ ମାମଲାରେ ଜାମିନ ମିଳିଛି । ତେବେ ମିଳିଥିବା ଦଣ୍ଡାଦେଶ ବିରୋଧରେ ଆସନ୍ତା ଏପ୍ରିଲ ୧୩ରେ ପୁଣିଥରେ ଶୁଣାଣି ହେବ । ଦଣ୍ଡାଦେଶ ବିରୋଧରେ ସେସନ୍ସ କୋର୍ଟରେ ଅପିଲ୍ କରିଛନ୍ତି ରାହୁଲ ଗାନ୍ଧୀ ।

କେବଳ ଗଣମାଧ୍ୟମରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ରାହୁଲ ସମାନ ପ୍ରଶ୍ନ ବାରମ୍ବାର ଦୋହାରାଇଛନ୍ତି । ଗତ ଏପ୍ରିଲ ୨ ତାରିଖରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ରାହୁଲ ଲେଖିଥିଲେ ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର? ଏପରିକି ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ପଚାରିବା ସହ ବିଜେପିକୁ ଟାର୍ଗେଟ କରି ଆସୁଛନ୍ତି ରାହୁଲ । ସାଂସଦ ପଦ ରଦ୍ଦ ହେବା ପରେ ମଧ୍ୟ ରାହୁଲ କହିଥିଲେ, ମୁଁ ପ୍ରଶ୍ନ ପଚାରିବା ବନ୍ଦ କରିବି ନାହିଁ । କାରଣ ଏମାନଙ୍କୁ ମୁଁ ଡରେ ନାହିଁ । ମୁଁ ଭାରତର ଲୋକତନ୍ତ୍ର ପାଇଁ ଲଢେଇ କରୁଛି ଆଗକୁ ମଧ୍ୟ ଏହି ଲଢେଇ ଜାରି ରଖିବି । ମୋତେ ଧମକ ଦିଅନ୍ତୁ, କି ଜେଲରେ ପୂରାନ୍ତୁ ମୁଁ ଡରିବି ନାହିଁ ବୋଲି ରୋକଠୋକ କହିଛନ୍ତି ରାହୁଲ ଗାନ୍ଧୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe