ବେରୋଜଗାରରୁ ବଢୁଥିବା ଆତ୍ମହତ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ, କହିଲେ ଏଭଳି କଥା

ବେରୋଜଗାରରୁ ବଢୁଥିବା ଆତ୍ମହତ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ, କହିଲେ ଏଭଳି କଥା

କନକ ବ୍ୟୁରୋ : ଦେଶରେ ବେରୋଜଗାର ପାଇଁ ବଢୁଥିବା ଆତ୍ମହତ୍ୟା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି କି ଦେଶରେ ବଢୁଥିବା ବେରୋଜଗାରୀ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦାୟୀ । ଅନ୍ୟପଟେ ରୋଜଗାର ନମିଳିବା କାରଣରୁ ବଢୁଥିବା ଆତ୍ମହତ୍ୟାକୁ ନେଇ ରାହୁଲ କହିଛନ୍ତି କି କେନ୍ଦ୍ର ସରକାର ବେରୋଜଗାରଙ୍କ ପାଇଁ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଛନ୍ତି । ଗୋଟିଏ ଟ୍ୱିଟରେ ରାହୁଲ ଗାନ୍ଧୀ ଏଭଳି କହିବା ସହ ଏକ ଆର୍ଟିକିଲ ବି ସେୟାର କରିଛନ୍ତି । ଯେଉଁଥିରେ କୁହାଯାଇଛି କି, ୨୦୧୮ ରୁ ୨୦୨୦ ମଧ୍ୟରେ ବେରୋଜଗାରୀ ଓ ଋଣ ବୋଝ କାରଣରୁ ଦେଶରେ ୨୫ ହଜାର ଲୋକ ଆତ୍ମହତ୍ୟା କରିଛନ୍ତି ।

କହିରଖୁ କି ବୁଧବାର ଦିନ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ଏନସିଆରବିର ରିପୋର୍ଟ ଉପସ୍ଥାପନ କରିଥିଲେ । ସେ କହିଥିଲେ କି ଦେଶରେ ବେରୋଜଗାରୀ କାରଣରୁ କିଛି ଲୋକ ଆତ୍ମହତ୍ୟା କରୁଛନ୍ତି । ଏହାସହ ଋଣ ବୋଝ ଓ ବେରୋଜଗାର କାରଣରୁ ପୂର୍ବବର୍ଷ ଠାରୁ ଚଳିତ ବର୍ଷ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି ।

ଏନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ନିତ୍ୟାନନ୍ଦ ରାୟ କହିଥିଲେ କି, ୨୦୨୦ ରେ ରୋଜଗାର ନମିଳିବା କାରଣରୁ ୩,୫୪୮ ଜଣ ଲୋକ ଆତ୍ମହତ୍ୟା କରିଛନ୍ତି । ସମାନ କାରଣରୁ ୨୦୧୮ ରୁ ୨୦୨୦ ମଧ୍ୟରେ ୧୬ ହଜାର ଲୋକ ଆତ୍ମହତ୍ୟା କରିଛନ୍ତି । ହେଲେ ୨୦୨୧ ରେ ଏହି ସଂଖ୍ୟା କମି ୯,୧୪୦ ରହିଛି ।

କହିରଖୁ କି କରୋନା ମହାମାରୀ ଓ ସରକାରଙ୍କ ଦୂରଦୃଷ୍ଟିର ଅଭାବ କାରଣରୁ ଦେଶରେ ଦିନକୁ ଦିନ ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ମହାମାରୀ କାରଣରୁ ଦେଶରେ ଅନେକ ଲୋକଙ୍କ ବ୍ୟବସାୟ ବୁଡି ଯାଇଥିବା ବେଳେ ଏହିସବୁ କ୍ଷେତ୍ରରେ କାମ କରୁଥିବା ଲୋକ ବେରୋଜଗାର ହୋଇପଡିଛନ୍ତି । ଅନ୍ୟପଟେ ସରକାରୀ ସଂସ୍ଥାରେ ନିଯୁକ୍ତି ବି ହ୍ରାସ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe