‘ମୋତେ ମନ୍ଦିରକୁ ଯିବାକୁ ଦିଆଯାଉନାହିଁ କାହିଁକି?…’ଧାରଣାରେ ବସିଲେ ରାହୁଲ ଗାନ୍ଧୀ ।

2,279

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା କ୍ରମରେ ଆସାମରେ ଚାଲିଛି ରାହୁଲଙ୍କ ପଦଯାତ୍ରା । ରାହୁଲ ବୋର୍ଦ୍ଦୋବା ଥାନରେ ପହଞ୍ଚିଥିବାବେଳେ ସେଠାରେ ଏକ ପ୍ରତିକୂଳ ସ୍ଥିତି ଦେଖାଦେଇଛି । ଆସାମ ନଗାଁଓ ଶ୍ରୀଶ୍ରୀ ଶଙ୍କର ଦେବ ସତ୍ର ମନ୍ଦିରରେ ରାହୁଲ ଗାନ୍ଧୀ ପୂଜାର୍ଚ୍ଚନା କରିବାକୁ ଯାଉଥିବାବେଳେ ତାଙ୍କୁ ରୋକା ଯାଇଥିଲା । ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ନ ୩ଟା ବେଳକୁ ତାଙ୍କୁ ମନ୍ଦିରକୁ ଯିବାକୁ ଅନୁମତି ମିଳିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି ।

ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ । ସେ କେବଳ ପୂଜା କରିବାକୁ ଚାହାଁନ୍ତି ତଥାପି ତାଙ୍କୁ ମନ୍ଦିରକୁ କାହିଁକୁ ପ୍ରବେଶ କରିବାକୁ ଦିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି । କିଏ ମନ୍ଦିର ଦର୍ଶନ କରିପାରିବେ, ଏ କଥା କ’ଣ ଏବେ ପ୍ରଧାନମନ୍ତ୍ରୀ ମୋଦୀ ସ୍ଥିର କରିବେ? ଏବେ କ’ଣ କେବଳ ଜଣେ ବ୍ୟକ୍ତି ମନ୍ଦିରରେ ପ୍ରବେଶ କରିପାରିବେ ବୋଲି ରାହୁଲ୍‌ ପ୍ରଶ୍ନ କରିଛନ୍ତି ।