ଆସାମରେ ନ୍ୟାୟ ଯାତ୍ରାକୁ ଅଟକାଯାଇଥିବା ଅଭିଯୋଗ ଆଣିଲେ ରାହୁଲ । ସନ୍ଥ ଶଙ୍କରଦେବଙ୍କ ଜନ୍ମସ୍ଥଳୀକୁ ଯିବାକୁ ଦେଲାନି ପୁଲିସ ପ୍ରଶାସନ

118

କନକ ବ୍ୟୁରୋ : ଆସାମର ନଅଗାଁରେ ନ୍ୟାୟ ଯାତ୍ରାକୁ ଅଟକାଯାଇଥିବା ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ । ସନ୍ଥ ଶଙ୍କରଦେବଙ୍କ ଜନ୍ମସ୍ଥଳୀକୁ ଯିବାକୁ ପୁଲିସ ପ୍ରଶାସନ ଅନୁମତି ଦେଇନଥିବା ଅଭିଯୋଗ କରିଛନ୍ତି ରାହୁଲ । ଏହାସହ ତାଙ୍କ ଉପରେ କାହିଁକି ଏହି କଟକଣା ଲଗାଯାଇଛି । ଏବଂ କଣ ଅପରାଧ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଅନୁମତି ମିଳିଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ । ପ୍ରଥମେ ଅନୁମତି ଦିଆଯାଇଥିଲା କିନ୍ତୁ ପରେ ବାରଣ କରାଯାଇଥିବା କହିଛନ୍ତି । ପ୍ରତିବାଦରେ ଆସାମ ନଗାଁରେ ରାସ୍ତା ଉପରେ ବସିଯାଇଥିଲେ ରାହୁଲ ଗାନ୍ଧୀ । ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ ବି କରାଯାଇଛି । ନଅଗାଁ ଅଂଚଳରେ ରାହୁଲ ଗାନ୍ଧୀଙ୍କୁ ସ୍ଥାନୀୟ କିଛି ଲୋକେ ପୋଷ୍ଟର ଓ ବ୍ୟାନର ଧରି ବିରୋଧ ପ୍ରଦର୍ଶନ କରିବା ସହ ଗୋ ବ୍ୟାକ ସ୍ଲୋଗାନ ଦେଇଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା ବିରୋଧରେ ବି ନାରାବାଜି କରିଛନ୍ତି ଲୋକେ । ରାହୁଲ ଗାନ୍ଧୀ ଏକ ଦୋକାନରେ ବାହାରେ ଠିଆ ହୋଇଥିବାବେଳେ ଲୋକ ବିରୋଧ ପ୍ରଦର୍ଶନ କରିଥିବା ଚିତ୍ର ସାମ୍ନାକୁ ଆସିଛି । ଏହାପରେ ରାହୁଲ ଗାନ୍ଧୀଙ୍କୁ ସୁରକ୍ଷା କର୍ମୀ ସେଠାରୁ ନେଇଯାଇଥିଲେ ।