କନକ ବ୍ୟୁରୋ : ବୁଧବାର ସଂସଦରେ ଅନୁପ୍ରବେଶ କରି ୪ ଅଜ୍ଞାତ ଯେଉଁ କାଣ୍ଡ ଘଟଣାଇଥିଲେ ତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିବା ନା ନେଉନି । ଗିରଫ ପରେ ଅଭିଯୁକ୍ତ ଏବେ ଦିଲ୍ଲୀ ପୁଲିସ ରିମାଣ୍ଡରେ । ଜେରା ସମୟରେ ଏହି ଅଭିଯୁକ୍ତମାନେ କହିଥିଲେ ଦୀର୍ଘଦିନ ହେଲା ଏମାନଙ୍କ କଥା କେହି ଶୁଣୁନଥିବାରୁ ସଂସଦରେ ଅନୁପ୍ରବେଶ କରି ନି ଦାବି ଜଣାଇବାକୁ ଚାହୁଁଥିଲେ । ଏବେ ଅଭିଯୁକ୍ତଙ୍କ ସ୍ୱରରେ ସ୍ୱର ମିଶାଇ ସମାନ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଦେଶରେ ବଢ଼ୁଥିବା ବେକାରୀ ଓ ଦରଦାମ ସମସ୍ୟା ଘଟଣା ପାଇଁ ଦାୟୀ । ମୋଦୀ ସରକାରଙ୍କ ନୀତି ସଂସଦ ସୁରକ୍ଷା ତ୍ରୁଟି ପାଇଁ ଦାୟୀ ସେପଟେ କଂଗ୍ରେସ ସାଧାରଣ ସମ୍ପ।।ଦକ କେସି ବେଣୁଗୋପଳ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାରଙ୍କୁ ଘଟଣା ପାଇଁ ଦାୟୀ କରିଛନ୍ତି ।
ଗୋଟେ ପଟେ କଂଗ୍ରେସ ବେକାରୀ ଓ ଦରଦାମ ବୃୃଦ୍ଧିକୁ ସଂସଦ ସୁରକ୍ଷା ତ୍ରୁଟିର କାରଣ କହି ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛି । ଅନ୍ୟପଟେ ବିଜେପି ସାଂସଦ ଲହର ସିଂ ସିରୋୟା ଘଟଣା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ କଂଗ୍ରେସ ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି ।
ସଂସଦ ସୁରକ୍ଷା ତ୍ରୁଟି ଘଟଣାକୁ ନେଇ ଉଭୟ ରାଜ୍ୟସଭା ଓ ଲୋକସଭାରେ ବିରୋଧୀ ପ୍ରବଳ ହଟଗୋଳ କରିବା ପରେ ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି । ଏଥିସହ ୧୪ଜଣ ସାଂସଦଙ୍କୁ ନିଲମ୍ବନ ଘଟଣାକୁ ବିରୋଧ କରି ସଂସଦଭବନ ପରିସରରେ ପ୍ରଦର୍ଶନ କରିଛନ୍ତି ବିରୋଧୀ ।