ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ସମାରୋହରେ ସାମିଲ ହେବେ ସୋନିଆ ଗାନ୍ଧି ଓ ରାହୁଲ, ସେପଟେ ଯୋଗନଦେବା ନେଇ ସ୍ପଷ୍ଟ କଲେ ନବୀନ-ମମତା

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ସମାରୋହରେ ସାମିଲ ହେବେ ସୋନିଆ ଗାନ୍ଧି ଓ ରାହୁଲ, ସେପଟେ ଯୋଗନଦେବା ନେଇ ସ୍ପଷ୍ଟ କଲେ ନବୀନ-ମମତା

www.outlookindia.com

କନକ ବ୍ୟୁରୋ: ଆସନ୍ତାକାଲି ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଢ଼ିବେ ନରେନ୍ଦ୍ର ମୋଦି । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ନୂଆ ମନ୍ତ୍ରୀମଣ୍ଡଳ ସହ ଶପଥ ନେବେ ନମୋ । ଏହି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବିଶ୍ୱର ଅନେକ ମୁଖ୍ୟ ଓ ସେମାନଙ୍କ ପ୍ରତିନିଧି । ସେହିପରି ସୂଚନାରୁ ଜଣାପଡିଛି ଯେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧି ମୋଦିଙ୍କ ସପଥଗ୍ରହଣ ସମାରୋହରେ ଯୋଗ ଦେଇପାରନ୍ତି ।

ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ। ସୋନିଆ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଏହି ନିଷ୍ପତ୍ତି ଏଥିପାଇଁ ସ୍ୱତନ୍ତ୍ର ରହିଛି କାରଣ ନିର୍ବାଚନ ସମୟରେ ବିଜେପି ଓ କଂଗ୍ରେସର ନେତାଙ୍କ ମଧ୍ୟରେ ଟଣାଓଟରା ହୋଇଥିବା ଦେଖିବାକୁ ମିଳିଥିଲା। ଏମିତିକି କଂଗ୍ରେସ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ବି କାର‌୍ୟ୍ୟକ୍ରମରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଇ ୩୦ରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ପଦ ଓ ଗୋପନୀୟତା ସହ ଶପଥ ନେବେ। ସମାରୋହ ପ୍ରସ୍ତୁତି ଶେଷ ହୋଇସାରିଛି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ସମାରୋହରେ ସାମିଲ ହେବା ପାଇଁ ମନା କରି ଦେଇଛନ୍ତି। ପ୍ରଥମେ ଚର୍ଚ୍ଚା ଥିଲା କି ସେ ଏହି ସମାରୋହରେ ସାମିଲ ହେବେ। ଗୋଟିଏ ଦିନ ପରେ ସେ କହିଛନ୍ତି, ଗୋଟିଏ ଘଣ୍ଟା ପୂର୍ବ ପର‌୍ୟ୍ୟନ୍ତ ମୋର ନିଷ୍ପତ୍ତି ଥିଲା କି ସମାରୋହକୁ ଯିବି । କିନ୍ତୁ ମିଡିଆ ରିପୋର୍ଟ ଦେଖିଲୁ କି ବିଜେପି ଦାବି କରୁଛି ବଙ୍ଗଳାରେ ହୋଇଥିବା ରାଜନୈତିକ ହିଂସାରେ ୫୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ମିଥ୍ୟା ଅଟେ। ମୁଁ ନିରୁପାୟ କି ସମାରୋହରେ ସାମିଲ ହୋଇପାରୁ ନାହିଁ। ଏପଟେ ଏହି ଶପଥ ଗ୍ରହଣ ପାଇଁ ମୋଦିଙ୍କୁ ଶୁଭେଛା ଜଣାଇଥିଲେ ମଧ୍ୟ ନବୀନ ପଟ୍ଟନାୟକ ଯୋଗ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଆସନ୍ତା ଦୁଇ ଦିନ ଧରି ନୂଆ ବିଧାୟକମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଥିବାରୁ ଏହି ଉତ୍ସବରେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି ନବୀନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe