କନକ ବ୍ୟୁରୋ: ଲାଲକିଲ୍ଲାରେ ପାଳନ ହେଇଛି ସ୍ୱାଧୀନତା ଦିବସ । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବହୁ ନାମୀଦାମୀ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ହେଲେ ବିରୋଧୀ ଦଳର ନେତା ହେଇ ବି, ରାହୁଲ ଗାନ୍ଧୀଙ୍କୁ କାହିଁକି ପଛ ଧାଡିରେ ବସାଗଲା ତାକୁ ନେଇ ଛିଡା ହେଇଛି ବିବାଦ ।

ସ୍ୱାଧୀନତା ଦିବସ ପାଳନ ଅବସରରେ ରାହୁଲ ଗାନ୍ଧୀ ପଛ ଧାଡିରେ ବସିଥିବା ଦେଖିବାକୁ ମିଳିଥିଲା । ଯାହାକୁ କି କିଛି ଲୋକ ପସନ୍ଦ କରିନଥିଲେ । ଏଥିପାଇଁ ସିଧା ସିଧା ମୋଦୀ ସରକାରକୁ ଟାର୍ଗେଟ୍ କରିଥିଲେ । ହେଲେ ଏ ସମ୍ପର୍କରେ ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରାଳୟ ନିଜର ସ୍ପଷ୍ଟୀକରଣ ରଖିଛି ।

ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ସମୟରେ ଆଗଧାଡିରେ ଅଲିମ୍ପିକ୍ସ ମେଡାଲ ବିଜେତାମାନଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଯେଉଁ କାରଣରୁ ରାହୁଲ ଗାନ୍ଧୀ ପଛ ଧାଡିରେ ବସିଥିଲେ । ନଚେତ୍ ପ୍ରୋଟୋକଲ ମୁତାବକ, ବିରୋଧୀ ଦଳର ନେତା ଆଗଧାଡିରେ ବସିବାର ନିୟମ ରହିଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।