ଭଡାଘରେ ରହିବେ ରାହୁଲ ! କଂଗ୍ରେସ ନେତାଙ୍କ ଘରକୁ ଭଡାରେ ନେଇପାରନ୍ତି ରାହୁଲ ଗାନ୍ଧୀ । 

124

କନକ ବ୍ୟୁରୋ : ଖୁବଶୀଘ୍ର ନୂଆ ଘରକୁ ସିଫ୍ଟ କରିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ରାହୁଲ ଗାନ୍ଧୀ ଯେଉଁ ଘରକୁ ସିଫ୍ଟ ହେବାକୁ ଯାଉଛନ୍ତି ତାହା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଘର । ଉତ୍ତର ନିଜାମୁଦ୍ଦିନରେ ଶୀଲା ଦୀକ୍ଷିତଙ୍କର ଥିବା ଫ୍ଲାଟକୁ ଭଡାରେ ନେଇପାରନ୍ତି ରାହୁଲ । ଏବେ ଏହି ଘରେ ଶୀଲା ଦୀକ୍ଷିତଙ୍କର ପୁଅ ସନ୍ଦୀପ ଦୀକ୍ଷିତ ରହୁଛନ୍ତି ।

ମିଳିଥିବା ସୂଚନା ମୁତାବକ, ରାହୁଲ ଗାନ୍ଧୀଙ୍କୁ ଏହି ଘର ବେଶ ପସନ୍ଦ ଆସିଛି । ଏହାକୁ ସେ ବାର୍ଷିକ ଭଡା ସୂତ୍ରରେ ନେବେ । ରାଜନୀତିକୁ ଆସିବା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ଭଡା ଘରେ ରହିବାକୁ ଯାଉଛନ୍ତି । ସପ୍ତାହେ ପୂର୍ବରୁ ରାହୁଲଙ୍କ ଟିମ୍ ଏହି ଫ୍ଲାଟ୍ ଦେଖିବାକୁ ଯାଇଥିଲେ । ସବୁ କ୍ଷେତ୍ରରୁ ରୁମକୁ ଦେଖିବା ପରେ ଏହି ଘରେ ରହିବାକୁ ରାହୁଲ ସହମତି ଦେଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ ରାହୁଲଙ୍କୁ ନିଜର ସରକାରୀ ବାସଭବନ ଛାଡିବାକୁ ପଡିଥିଲା । ତେବେ ନିଜର ସରକାରୀ ବାସଭବନ ଛାଡିବା ପରେ ରାହୁଲ ଏବେ ମା’ ସୋନିଆ ଗାନ୍ଧୀଙ୍କ ସହ ରହୁଛନ୍ତି ।