ଯେଉଁ ଭଲପାଇବା ମା’ଙ୍କ ଠାରୁ ମିଳିଛି, ତାହାକୁ ପୂରା ଦେଶ ସହ ବାଣ୍ଟୁଛି । ମା’ଙ୍କ ଫଟୋ ସହ ଭାବପ୍ରବଣ ପୋଷ୍ଟ କଲେ ରାହୁଲ ଗାନ୍ଧୀ ।

ଯେଉଁ ଭଲପାଇବା ମା’ଙ୍କ ଠାରୁ ମିଳିଛି, ତାହାକୁ ପୂରା ଦେଶ ସହ ବାଣ୍ଟୁଛି । ମା’ଙ୍କ ଫଟୋ ସହ ଭାବପ୍ରବଣ ପୋଷ୍ଟ କଲେ ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ : କଂଗ୍ରେସର ଭାରତ ଯୋଡ ଯାତ୍ରା ଏବେ ଦିଲ୍ଲୀରେ ପହଞ୍ଚିଛି । ଆଉ ଆଜି ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ । ପୁଅ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ଆଗକୁ ବଢିଥିଲେ ସୋନିଆ । କେବଳ ମା’ ସୋନିଆ ନୁହଁନ୍ତି ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦିଲ୍ଲୀରେ କଂଗ୍ରେସର ଏହି ଭାରତ ଯୋଡ ଯାତ୍ରାରେ ସାମିଲ ହୋଇଛନ୍ତି ।

ଆଉ ଏହି ଯାତ୍ରାରେ ସାମିଲ ହେବା ପରେ ରାହୁଲ ଗାନ୍ଧୀ ମା’ ସୋନିଆ ଗାନ୍ଧୀଙ୍କ ସହ ଏକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଯେଉଁ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଫଟୋ ପୋଷ୍ଟ କରିବା ସହ ରାହୁଲ ଗାନ୍ଧୀ ଏକ ଭାବପ୍ରବଣ କଲା ଭଳି କ୍ୟାପସନ ମଧ୍ୟ ଲେଖିଛନ୍ତି । ରାହୁଲ କ୍ୟାପସନରେ ଲେଖିଛନ୍ତି, ଯେଉଁ ଭଲପାଇବା ମୋ ମା’ଙ୍କ ଠାରୁ ମିଳିଛି, ସେହି ଭଲପାଇବା ମୁଁ ପୂରା ଦେଶକୁ ବାଣ୍ଟୁଛି । ଏହି ଫଟୋରେ ରାହୁଲ ନିଜ ମା’ ସୋନିଆଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି । ଭାରତ ଯୋଡ ଯାତ୍ରା ଆରମ୍ଭ ହେବା ପରେ ଖୁବ୍ କ୍ୱଚିତ ମା’ଙ୍କୁ ଭେଟିଛନ୍ତି ରାହୁଲ । ଆଉ ଯେତେବେଳେ କଂଗ୍ରେସର ଏହି ଯାତ୍ରା ଦିଲ୍ଲୀରେ ପହଞ୍ଚିଛି ସେତେବେଳେ ରାହୁଲଙ୍କ ସହ ଏହି ଯାତ୍ରାରେ ଯୋଡି ହୋଇଛନ୍ତି ସୋନିଆ ଗାନ୍ଧୀ ।

ସୋନିଆଙ୍କ ସହ ଯାତ୍ରାରେ ଆଗକୁ ବଢୁଥିବା ବେଳେ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ ରାହୁଲ । ମା’ ସୋନିଆ ଗାନ୍ଧୀ ମଧ୍ୟ କିଛି ବାଟ ଚାଲିବା ପରେ ପୁଣିଥରେ ଆଗକୁ ବଢିଛନ୍ତି ରାହୁଲ । ଆଉ ଯାତ୍ରାରେ ସୋନିଆ ଗାନ୍ଧୀ ସାମିଲ ହେବା ପରେ କଂଗ୍ରେସ କର୍ମୀ ମଧ୍ୟ ବେଶ ଉତ୍ସାହିତ ନଜର ଆସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe