କନକ ବ୍ୟୁରୋ : ରାକ୍ଷୀ ପୂର୍ଣ୍ଣିମାରେ ଭିଡିଓ ସେୟାର କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପିଲା ଦିନରୁ ଭଉଣୀ ପ୍ରିୟଙ୍କାଙ୍କ ସହ ବିତାଇଥିବା ମୁହୁର୍ତର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବିଭିନ୍ନ ରାଲି ସମାବେଶ ଠାରୁ ନେଇ ଭାରତ ଯୋଡ ଯାତ୍ରା ସମୟରେ ପ୍ରିୟଙ୍କାଙ୍କ ସହ ବିତାଇଥିବା ମୁହୁର୍ତର ଭିଡିଓ ସେୟାର କରିଛନ୍ତି । ଏହାସହ ରାହୁଲ ଲେଖିଛନ୍ତି, ଭାଇ ଭଉଣୀର ଭଲ ପାଇବା ପରସ୍ପର ପ୍ରତି ଶକ୍ତି ଓ ସାହାରା । ଏବଂ ରାକ୍ଷୀ ପୂର୍ଣ୍ଣିମା ଏହି ପ୍ରେମର ସମ୍ପର୍କକୁ ଆହୁରି ନୀବିଡ କରିଥାଏ ।

Advertisment