କୁନି ପୁଅକୁ ଆଇସକ୍ରିମ୍ ଖୁଆଇ ଚର୍ଚ୍ଚାରେ ରାହୁଲ ଗାନ୍ଧି ! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।

148

ମଧ୍ୟପ୍ରଦେଶ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନୀ ପ୍ରଚାର ମଧ୍ୟ ଜୋର ଧରିଛି । କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେବ, ଯାହାକୁ ନେଇ ତତ୍ପର ହୋଇଉଠିଛି ମଧ୍ୟପ୍ରଦେଶ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜେ ମଧ୍ୟପ୍ରଦେଶରେ ରହି ଲୋକମାନଙ୍କ ଆସ୍ଥାଭାଜନ ହେବା ପାଇଁ ପ୍ରୟାସ କରୁଛନ୍ତି । ବିଭିନ୍ନ ସ୍ଥାନ ବୁଲି ବୁଲି ପ୍ରଚାର କରିବା ସହ ଅନେକ ମନ୍ଦିର ପରିଭ୍ରମଣ ମଦ୍ୟ କରୁଛନ୍ତି ରାହୁଲ । ତେବେ ରାହଲଙ୍କୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଲିଛି ଯେ, ରାହୁଲ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଥିବା ଏକ ପ୍ରସିଦ୍ଧ ଆଇସକ୍ରିମ ପାର୍ଲରକୁ ଯାଇଛନ୍ତି । ରାହୁଲଙ୍କ ସାଙ୍ଗରେ ରହିଛନ୍ତି କଂଗ୍ରେସ ନେତା କମଲ ନାଥ ଏବଂ ଜ୍ୟୋତିଆର୍ଦିତ୍ୟ ସିନ୍ଦିଆ । ଆଇସକ୍ରିମ ପାର୍ଲରରେ ରାହୁଲ ଗାନ୍ଧି ମଜା କରୁଥିବା ଏବଂ ହସୁଥିବାର ଦୃଶ୍ୟ ଦେଖିବାକୁ ମିଲିଛି । ଏହି ଭିଡିଓଟିକୁ କଂଗ୍ରେସ ପାର୍ଟି ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ବେଳେ ଏହି ଭିଡିଓରେ ରାହୁଲ ଗାନ୍ଧି ଏକ କୁନି ପିଲାକୁ ଏକ ଚାମଚ ମାଧ୍ୟମରେ ଆଇସକ୍ରିମ ଖୁଆଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କିଏ ଏହି ଛୋଟ ପିଲାଟିର ପ୍ରିୟ ଲୋକ ବୋଲି କଂଗ୍ରେସ ପାର୍ଟି ପକ୍ଷରୁ ପୋଷ୍ଟ କରାଯାଇଥିବା ଏହି ଭିଡିଓର କ୍ୟାପସନରେ ଲେଖାଯାଇଛି ।