ଭାରତଯୋଡ ନ୍ୟାୟଯାତ୍ରାରେ ଦେଖିବାକୁ ମିଳିଲା ରୋଚକ ଦୃଶ୍ୟ । ପୋଷ୍ଟରରେ ରାହୁଲ ସାଜିଲେ କୃଷ୍ଣ. ଅର୍ଜୁନଙ୍କ ଅବତାରରେ ପିସିସି ସଭାପତି ଅଜୟ ରାୟ

105

କନକ ବ୍ୟୁରୋ : ଉତର ପ୍ରଦେଶରେ କଂଗ୍ରେସର ବିବାଦୀୟ ପୋଷ୍ଟର । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଶ୍ରୀକୃଷ୍ଣ ଏବଂ ଉତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟଙ୍କୁ ଅର୍ଜୁନ ରୂପେ ସଜାଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ୩୯ତମ ଦିନରେ ୟୁପିର କାନପୁର ଦେଇ ଭାରତ ଯୋଡ଼ ନ୍ୟାୟଯାତ୍ରା ଅତିକ୍ରମ କରୁଥିବା ବେଳେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଜୋରଦାର ସ୍ୱାଗତ କରାଯାଇଛି । ଏହି ସମୟରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି, ଯେଉଁଥିରେ ରାହୁଲ ଗାନ୍ଧୀ ଓ ଅଜୟ ରାୟଙ୍କୁ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ଅବତାର ବୋଲି ଦର୍ଶାଯାଇଛି । ସନ୍ଦୀପ ଶୁକ୍ଳା ନାମକ କଂଗ୍ରେସ କର୍ମୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲାଗିଛି । ମହାଭାରତରେ ଶ୍ରୀକୃଷ୍ଣ ସାରଥୀ ସାଜି ଅର୍ଜୁନଙ୍କୁ ଯୁଦ୍ଧ ଜିତିବାରେ ସହାୟତା କରିଥିଲେ । ଠିକ ସେହିପରି ରାହୁଲ ଗାନ୍ଧୀ ବିଜେପିର ମୁକାବିଲା କରିବା ସହିତ ଅଜୟ ରାୟଙ୍କୁ ନିର୍ବାଚନ ଜିତିବାରେ ସହାୟକ ହେବେ ବୋଲି ସନ୍ଦୀପ କହିଛନ୍ତି ।